ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅଂଶୁମାନ ମହାନ୍ତି

ପୁରୀ: କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ଦଳରୁ ଟିକେଟ ପାଇଥିବା ଅଂଶୁମାନ ମହାନ୍ତି ଶୁକ୍ରବାର ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ନିର୍ବାଚନରେ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ବାସୀଙ୍କର ସେ ସେବା କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ କାର୍ଯ୍ୟକୁ ଆଧାର କରି ସେ ବିଜୟ ହେବା ନେଇ ଆଶାବାଦୀ ବୋଲି ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ଅଂଶୁମାନ । ୨୦୧୯ରେ ବୈଜୟନ୍ତ କେନ୍ଦ୍ରାପଡ଼ା ଆସନରୁ ଦେଢ ଲକ୍ଷରୁ ଅଧିକ ଭୋଟ ବ୍ଯବଧାନରେ ହାରିଥିଲେ ।