spot_img

Latest Posts

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ, ରାଜ୍ୟ ପାଇବ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ, ରାଜ୍ୟ ପାଇବ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଜାନୁଆରୀ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ ଅନୁ । ଏବେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କରୁଛନ୍ତି କାମ ।

୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଝାରସୁଗୁଡାର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ କଳାହାଣ୍ଡି ଉପ ଜିଲ୍ଲାପାଳ ଓ ଏଡିଏମ୍ ଦାୟିତ୍ବ ତୁଲାଇବା ପରେ ୧୯୯୬ ମସିହାରେ ବରଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଅନୁ । ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଉପ ଆୟୁକ୍ତ କମିଶନର ଭାବେ କାମ କରିଛନ୍ତି । ୨୦୦୨ରୁ ୨୦୧୨ ଯାଏଁ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦବୀରେ ଦାୟିତ୍ବ ତୁଳାଇଥିଲେ । ୨୦୧୨ରୁ ୨୦୧୫ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ତୁଳାଇଥିଲେ ଅନୁ ।

୨୦୧୭ରେ ଓଡ଼ିଶା ଫେରିବା ପରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ ତୁଳାଇଥିଲେ । ଏହାପରେ ୨୦୨୦ରୁ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ୨୦୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟକୁ ଉନ୍ନିତ ହୋଇଥିଲେ । ଏବେ ଜଳସମ୍ପଦ ବିଭାଗ ସହ ଉନ୍ନୟନ କମିଶନର ଦାୟିତ୍ବରେ ରହିଛନ୍ତି । ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ ଉପରେ ଅନେକ ଦାୟିତ୍ବର ଆହ୍ବାନ ରହିବ । ଏବେ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ରେ ସରିବ ।

Latest Posts

Don't Miss