ବଦଳିଲା ‘ବର୍ଷା-ଅନୁଭବ’ ସୋସିଆଲ ପେଜର ନାମ, ସୋସିଆଲ ମିଡିଆରେ ନ୍ୟାୟ ଭିକ୍ଷା

1 min read

ଭୁବନେଶ୍ୱର: ସେଲିବ୍ରିଟ ଦମ୍ପତ୍ତିଙ୍କ ବିବାହ-ବିବାଦ ଓ ବିଛେଦ  ।  ପାରିବାରିକ ବିବାଦର ଭିତିରି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚା ପାଲଟିଛି  ।  ଏବଂ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।  ଖୋଦ ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି  ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ  । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ  ।

 

ଅନୁଭବ ୨୧ ତାରିଖରେ ପ୍ରଥମ ଭିଡିଓ ପୋଷ୍ଟ କରି ବର୍ଷା ଏବଂ ତାଙ୍କ ଭିତରେ ଗଢି ଉଠିଥିବା ପ୍ରେମ ସମ୍ପର୍କକୁ ନେଇ ଉଲ୍ଲେଖ କରିଥିଲେ  । ଭଲ ପାଇଁ ଜୀବନରେ ମସ୍ତ ବଡ଼ ଭୁଲ କରିଦେଇଥିବା ସେ ପ୍ରକାଶ କରିଥିଲେ  । ପରଦିନ ଅର୍ଥାତ ମେ ୨୨ ତାରିଖରେ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ ଅନୁଭବ ମହାନ୍ତି  । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି  ।

ଅନୁଭବଙ୍କ ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର । ଏମିତିକି ପେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜ୍ ର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି  । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ Justice For Anubhav ବୋଲି ପରିବର୍ତ୍ତନ କରିଦିଆଯାଇଛି  ।