ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆସିଲେନି ବର୍ଷା, ଅନୁଭବ କହିଲେ-‘ଜଗନ୍ନାଥ ଭଲରେ ରଖନ୍ତୁ’

କଟକ: ବର୍ଷାଙ୍କ ଇଣ୍ଟେନସନକୁ ନେଇ ପ୍ରଶ୍ନ ଉଠାଇଲେ ଅନୁଭବ । ଭଲ ପାଇ ବାହା ହୋଇଛି । ଯଦି ଏମିତି ଆଗକୁ ଚାଲେ ତେବେ ପ୍ରେମ ଉପରୁ ସାରା ଜୀବନ ଭରସା ଉଠିଯିବ । ଆଜି ପାରିବାରିକ ଅଦାଲତରେ ହାଜର ହେବା ପରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ସାସଂଦ ଅନୁଭବ ମହାନ୍ତି । ବିବାହ ବିଚ୍ଛେଦକୁ ନେଇ ପରିବାର ଅଦାଲତରେ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

Anubhav Varsha Court Matter Cuttack Update

ଶୁଣାଣିରେ ପାରିବାରିକ ଅଦାଲତର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାଉନସେଲିଂ କରିବା ପାଇଁ ସ୍ଥିର କରାଯାଇଥିଲା । ମାତ୍ର ଅନୁଭବ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ବର୍ଷା ହାଜର ହୋଇନଥିଲେ । ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅପେକ୍ଷା କରି କୋର୍ଟରୁ ବାହାରିବା ପରେ ପୁଣି ବର୍ଷାଙ୍କ ଆଭିମୁଖ୍ୟ ନେଇ ଆଜି ପ୍ରଶ୍ନ କରିଛନ୍ତି ଅନୁଭବ ମହାନ୍ତି । ବର୍ଷା ଭଲ ଭାବେ ଜାଣିଛନ୍ତି କେମିତି ଅଣଦେଖା କରାଯାଏ । ତାହା ତାଙ୍କର ହାବଭାବରୁ ଜଣାପଡୁଛି । ଏ ସବୁ ପରେ ବି ତାଙ୍କ ପ୍ରତି କେବେ ବି ସମ୍ମାନ କମିବ ନାହିଁ ବୋଲି କହିଛନ୍ତି ଅନୁଭବ ।

Anubhav Varsha Court Matter Cuttack Update

ଯାହା ବି ମାମଲା ଶୁଣାଣି ରହିଛି ସେଥିରେ ବର୍ଷା ସହଯୋଗ କରନ୍ତୁ । ଏପିରିକି ତାଙ୍କ ଓକିଲ ମଧ୍ୟ ସଠିକ୍ ଭାବେ ପରାମର୍ଶ ଦେଲେ ଭଲ ହେବ ବୋଲି କହିଛନ୍ତି ଅନୁଭବ । ଏଥିସହ ବର୍ଷା ଭଲରେ ଓ ଖୁସିରେ ରଖିବା ସହିତ ମହାପ୍ରଭୁ ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ଅନୁଭବ ମହାନ୍ତି । ଆଜି ବର୍ଷା ହାଜର ହୋଇନଥିବାରୁ ତାଙ୍କ ପକ୍ଷରୁ ଟାଇମ ପିଟିସନ୍ ଦାଖଲ କରାଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟଗତ ସମସ୍ୟା ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଅଗଷ୍ଟ ୧୦ ତାରିଖରେ ପରବର୍ତ୍ତୀ ତାରିଖ ରହିଛି ।

Leave a Reply