ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ, ମେଳି କରୁଛନ୍ତି ନିଜ ଦଳର କର୍ମୀ

ଖୋର୍ଦ୍ଧା: ଦିନକୁ ଦିନ ତୀବ୍ର ହେଉଛି ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅସନ୍ତୋଷ । ତାଙ୍କ ବିରୋଧରେ ମେଳି କରୁଛନ୍ତି ତାଙ୍କ ନିଜ ଦଳ ବିଜେପିର କର୍ମୀ। ଜୋତାମାଳ ପିନ୍ଧାଇବାକୁ ଧମକ ଦେଇଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କର ସେତିକି ଅଡୁଆ ବଢୁଛି । ୫ ବର୍ଷ ଭୁବନେଶ୍ବର ସାଂସଦ ଥିବା  ଅପରାଜିତା  ଦ୍ବିତୀୟ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥର ତାଙ୍କୁ ସବୁ ସ୍ଥାନରେ ତାଙ୍କ ନିଜ ଦଳ ବିଜେପି କର୍ମୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ  ବିଭିନ୍ନ ସ୍ଥାନରେ ଅପରାଜିତାଙ୍କ ବିରୋଧରେ ମେଳି ଚାଲୁଛି । ଅପରାଜିତା ଷଡ଼ଙ୍ଗୀଙ୍କୁ ଲୋକ ତୀବ୍ର ବିରୋଧ କରୁଛନ୍ତି। ଇଏ ହେଉଛି ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ମାଣିତ୍ରୀ ରାମଚଣ୍ଡୀ ପୀଠ । ଏଠି ବହୁ ସଂଖ୍ୟାରେ ମହିଳା ଅପରାଜିତାଙ୍କ ବିରୋଧରେ ଏକାଠି  ହୋଇଥିଲେ। ଅପରାଜିତା ଗୋ ବ୍ୟାକ୍, ଅପରାଜିତା ତୁମ ମନମାନି ଚାଲିବ ନାହିଁ । ନିର୍ବାଚନ ପ୍ରଚାରକୁ ଆସିଲେ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋତାମାଳ ପିନ୍ଧାଇବୁ ବୋଲି ବିଜେପି କର୍ମୀ ଚେତାବନୀ ଦେଇଛନ୍ତି ।