ହାରିବା ଲଜ୍ଜାରେ ଜଗଦ୍ଦେବ ଲେଖିଲେ ହେଟ୍ ଷ୍ଟୋରୀ, ସାହାଯ୍ୟ କଲେ ଅପରାଜିତା

1 min read

ଖୋର୍ଦ୍ଧା: ଗୁଣ୍ଡାଗିରିର ସବୁ ସୀମା ଟପିଲେ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡରେ ଇଭିଏମ ଭାଙ୍ଗିଲେ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଛି ପୋଲିସ।

ଏହାପରେ ପ୍ରଶାନ୍ତଙ୍କୁ ବୋଲଗଡ ଥାନାରେ ଅଟକ ରଖିଛି ପୋଲିସ। ସୂଚନା ଅନୁସାରେ, ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

ଏତିକିରେ ଅଟକି ନଥିଲେ ପ୍ରଶାନ୍ତ ଜଗଦ୍ଦେବ। ବୁଥ୍ ଭିତରେ ଥିବା ଇଭିଏମ୍ ହୋର୍ଡିଂକୁ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ବୋଲଗଡ଼ ପୋଲିସ ପ୍ରଶାନ୍ତଙ୍କୁ ଅଟକ ରଖିଛି। ଏଠି ପ୍ରଶ୍ନ ଉଠୁଛି, ଗିରଫ୍ ହେବେ କି ଗୁଣ୍ଡାନେତା ପ୍ରଶାନ୍ତ ଜଗଦ୍ଦେବ। ମତଦାନ ଦିନ ମାନସିକ ସନ୍ତୁଳନ ହରାଇଲେ କି ପ୍ରଶାନ୍ତ । ପରାଜୟ ଭୟରେ ପାଗଳ ହୋଇଗଲେ କି ପ୍ରଶାନ୍ତ ଜଗଦ୍ଦେବ। ହାରିବା ଭୟରେ ହିଂସ୍ର ହୋଇଗଲେ କି ହତ୍ଯା ଉଦ୍ୟମ ଅଭିଯୁକ୍ତ । ହାରିବା ଲଜ୍ଜାରେ ଜଗଦ୍ଦେବ ଲେଖିଲେ ହେଟ୍ ଷ୍ଟୋରୀ। ମହଙ୍ଗା ପଡିବ କି ନିର୍ବାଚନ ଅଧିକାରୀଙ୍କୁ ମାଡ଼ । ପ୍ରଶାନ୍ତଙ୍କୁ କେଉଁଠି ଲୁଚାଇ ନେଇ ଯାଉଥିଲେ ଅପରାଜିତା। ଫେଲ୍ ମାରିଲା ପ୍ରଶାନ୍ତଙ୍କୁ ଖସାଇ ଦେବା ଉଦ୍ଯମ। ଅପରାଜିତାଙ୍କ ଇଙ୍ଗିତରେ ରକ୍ତମୁଖା ହେଲେ କି ପ୍ରଶାନ୍ତ ? ଏବେ ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।