କମିଶନରେଟ ପୋଲିସ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : ପୋଲିସ ଜାଲରେ ଗଞ୍ଜାମ ଗ୍ୟାଙ୍ଗ । କମିଶନରେଟ ପୋଲିସ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ ଗିରଫ କରିଛି । ୪ ଟି ଗାଡ଼ି ସହ ବ୍ୟାପକ ପରିମାଣର ଚୋରି ସୁନା, ରୂପା ଅଳଙ୍କାର ଜବତ ହୋଇଛି । ଲୁଟେରା ମାନଙ୍କ ନିକଟରୁ କେଜିଏ ରୂପା ଅଳଙ୍କାର, ସୁନା, ୩ ଲକ୍ଷ ୨୦ ହାଜର ଟଙ୍କା ଜବତ କରାଯାଇଛି । ଏମାନେ ଭୁବନେଶ୍ବରରୁ ଲୁଟ କରୁଥିଲେ ପରେ ଚୋରି ଟଙ୍କା ଧରି ଛତିଶଗଡ, ମୁମ୍ବାଇ ପଳାଉଥିଲେ । ସେଠାରେ ଅୟସ କରି ଚୋରି ଟଙ୍କା ଉଡାଉଥିଲେ ।

ଗାଡ଼କଣ ସ୍ପେସ ଟାଉନ ଆପର୍ଟମେଣ୍ଟ ଲୁଟ ସହ ଲକ୍ଷ୍ମୀସାଗର, ଇନଫୋସିଟି, ତମାଣ୍ଡୋ, ଏୟାରଫିଲଡ଼, ଭରତପୁର ଥାନାରେ ଏମାନଙ୍କ ନାଁରେ କେସ ଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ହିଂଜିଳିକାଟୁର ବାବୁ ଦଳେଇ, ଗଞ୍ଜାମ କୋଟିନାଡ଼ାର ସନ୍ତୋଷ ଦାସ, ବିଷ୍ଣୁ ପ୍ରଧାନ, ପ୍ରଶାନ୍ତ ବେହେରା, ବୁଲୁ ପାତ୍ର, ଗାଙ୍ଗପୁରର ଗିରିଶ ନାୟକ, ଛତ୍ରପୁରର ରଞ୍ଜନ ରାଉଳ, ପୋଲସରାର ମୃତ୍ୟୁଞ୍ଜୟ ସାହୁ ଓ କୋଟିନାଡ଼ାର ଅମିତ ଜେନା ।ଆବଶ୍ୟକସ୍ଥଳେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପୋଲିସ କମିଶନର ।