spot_img

Latest Posts

କରୋନା ଆତଙ୍କ: ଘର ଭଡ଼ା ପାଇଁ ଭଡ଼ାଟିଆଙ୍କୁ ବାଧ୍ୟ କରନ୍ତୁ ନାହିଁ

ନୋଏଡା: କରୋନା ଭାଇସର ପାଇଁ ଦେଶରେ ଏବେ ଲକଡାଇନ ପରିସ୍ଥିତି । ଲକଡାଉନ ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ତେବେ ଏହି ପରିସ୍ଥିତିରେ ନୋଏଡା ଡିଏମ୍ (ଜିଲ୍ଲା ମାଜିଷ୍ଟ୍ରେଟ୍) ବି.ଏନ୍ ସିଂ ସମସ୍ତ ଘର ମାଲିକଙ୍କୁ ନିବେଦନ କରିଛନ୍ତି ଯେ, ଲକଡାଇନ ସମୟରେ  ଯଦି ଲକଡାଇନ ସମୟରେ କେହି ଘର ଭଡ଼ା ଦେବାକୁ ସମର୍ଥ ହେଉନାହାନ୍ତି ତେବେ ତାଙ୍କୁ ଭଡ଼ା ଦେବା ପାଇଁ ବାଧ୍ୟ କରନ୍ତୁ ନାହିଁ ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, “ଗୌତମ ବୁଦ୍ଧ ନାଗରର ପ୍ରିୟ ବାସିନ୍ଦା, ଯଦି ଆପଣ ଘର ଭଡ଼ାରେ ଲଗାଇଛନ୍ତି ତେବେ ବର୍ତ୍ତମାନ ଭଡାଟିଆ ମାନଙ୍କୁ ଭଡା ଦେବାକୁ ବାଧ୍ୟ କରନ୍ତୁ ନାହିଁ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହି ଲକଡାଉନ ପରିସ୍ଥିତିରେ ଭଡା ଦେବାକୁ ତାଙ୍କ ପାଖରେ ଟଙ୍କା ନାହିଁ  ତେବେ ଲକଡାଇନ ସରିବା ପର୍ଯ୍ୟନ୍ତ ଦୟା କରି ସେମାନଙ୍କୁ ଭଡ଼ା ଦେବା ପାଇଁ ବାଧ୍ୟ କରାନ୍ତୁ ନାହିଁ ।’’

ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ବି.ଏନ୍ ସିଂ ମଧ୍ୟ ଆଉ ମଧ୍ୟ କହିଛନ୍ତି ଯେ, ଏକାଠି ମିଳିମିଶି ଆମେ ଏହି ସଙ୍କଟର ମୁକାବିଲା କରିପାରିବା । ଦୟାକରି ଲକଡାଉନ ପାଇଁ ଥିବା ଆଇନକୁ ପାଳନ କରନ୍ତୁ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅନୁସରଣ କରନ୍ତୁ । ଯଦି କିଛି ଜରୁରୀ ନାହିଁ ତେବେ ଘରୁ ବାହାରନ୍ତୁ ନାହିଁ ।

 

Latest Posts

Don't Miss