iPhone ବ୍ୟବହାରକାରୀଙ୍କୁ ବଡ଼ ଝଟକା, ଆଉ ଫୋନରେ ଚଲାଇ ପାରିବେନି YouTube !
1 min read
ନନ୍ଦିଘୋଷ ବ୍ୟୁରୋ : ଆଇଫୋନ୍ ବା ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା । ଆଇଫୋନରେ ଆଉ ଚଲାଇପାରିବେ ନାହିଁ ୟୁଟ୍ୟୁବ୍ । ପ୍ରକୃତରେ YouTube ଏକ ନୂତନ ଅପଡେଟ୍ ଆଣିଛି, ଯାହା ଦ୍ୱାରା କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି।
iPhone ଏବଂ iPad ଚଲାଉଥିବା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହା ଏକ ବଡ଼ ସୂଚନା । ଏବେ YouTube ଆପ୍ ଏକ ନୂତନ ସଂସ୍କରଣ ଆରମ୍ଭ କରିଛି। ଏହି ନୂତନ ସଂସ୍କରଣ ଯୋଗୁଁ, ପୁରୁଣା iPhone ଏବଂ iPad ଚଲାଉଥିବା ୟୁଜର୍ସ YouTube ଆପର ସମର୍ଥନ ବନ୍ଦ କରିଦିଆଯାଇଛି । ଯାହାଫଳରେ iOS 16 ଏବଂ ତା’ପର ମଡେଲଗୁଡ଼ିକରେ ଏହା ଚାଲିବ କିନ୍ତୁ iOS 15 ଥିବା ଆଇଫୋନରେ ଏହା ଚାଲିବ ନାହିଁ ।
ଏହି ମଡେଲରେ କାମ କରିବନି ୟୁଟ୍ୟୁବ୍ :
YouTubeର ନୂତନ ଅପଡେଟ୍ ପରେ, ଆଇଫୋନ୍ 6s, ଆଇଫୋନ୍ ୭ ପ୍ଲସ୍, ଆଇଫୋନ୍ ୭, ଆଇପଡ୍ ଟଚ୍ (ସପ୍ତମ ପିଢ଼ି), iPhone SE (ପ୍ରଥମ ପିଢ଼ି), ଆଇପ୍ୟାଡ୍ ମିନି ୪, ଆଇପ୍ୟାଡ୍ ଏୟାର୍ ୨ ଆଦିରେ ମଡେଲଗୁଡ଼ିକରେ YouTube ସମର୍ଥନ କରିବ ନାହିଁ। କିନ୍ତୁ ବ୍ୟବହାରକାରୀମାନେ ବ୍ରାଉଜର ମାଧ୍ୟମରେ YouTube ଆକ୍ସେସ୍ କରିପାରିବେ। ଯଦି ବ୍ରାଉଜର ମାଧ୍ୟମରେ YouTube ବ୍ୟବହାର କରାଯାଏ, ତେବେ ଆପଣ ଆପ୍ରେ ଉପଲବ୍ଧ ସୁବିଧା ଯେପରିକି ନେଭିଗେସନ୍, ଅଫଲାଇନ୍ ସପୋର୍ଟ ଏବଂ ଭିଡିଓ ଷ୍ଟ୍ରିମିଂ ଟୁଲ୍ସ ଇତ୍ୟାଦିର ଲାଭ ଉଠାଇପାରିବେ ନାହିଁ।
ଏହା ପ୍ରଥମ ଥର ନୁହେଁ ଯେ କୌଣସି ଆପ୍ ପୁରୁଣା ମଡେଲଗୁଡ଼ିକୁ ସମର୍ଥନ କରିବା ବନ୍ଦ କରିଦେଇଛି, WhatsApp ମଧ୍ୟ ପୁରୁଣା ସଂସ୍କରଣକୁ ସମର୍ଥନ କରୁଥିବା ମଡେଲଗୁଡ଼ିକୁ ସମର୍ଥନ କରିବା ବନ୍ଦ କରିଦେଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଡେଭଲପରମାନେ ଅଧିକ ଉନ୍ନତ ସଫ୍ଟୱେର୍ ସହିତ ଆସୁଥିବା ନୂତନ ଡିଭାଇସ୍ ଉପରେ ଧ୍ୟାନ ଦେଉଛନ୍ତି।