ଆରବ ଦୁନିଆକୁ କେମିତି ବଦଳାଇ ଦେଇଥିଲା ୬ ଦିନର ଯୁଦ୍ଧ ?

1 min read

ଇସ୍ରାଏଲ୍ ଜୋରଦାର ଏୟାରଷ୍ଟ୍ରାଇକ୍ କରି ଗାଜା ସହରର ଏକ ୬ ମହଲା କୋଠାକୁ ମାଟିରେ ମିଶାଇ ଦେଇଛି। ଇସ୍ରାଏଲ୍ରେ ଆଭ୍ୟନ୍ତରୀଣ ଅଶାନ୍ତି ଲାଗିରହିଛି। ଅନେକ ସ୍ଥାନରେ ଇହୁଦି ଏବଂ ଆରବଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଖବର ମିଳିଛି । ସୋମବାରଠୁ ଆରମ୍ଭ ହୋଇଥିବା ଏହି ହିଂସାରେ ଗାଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ପକ୍ଷରୁ ସୀମାରେ ସେନା ସଂଖ୍ୟା ବୃଦ୍ଧି କରାଯାଇଛି। ଏଥିରୁ ଆଶଙ୍କା କରାଯାଉଛି ପରିସ୍ଥିତି ୨୦୦୮-୯ କିମ୍ବା ୨୦୧୪ ଭଳି ଭୟଙ୍କର ହୋଇପାରେ। ସେନା ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ କହିଥିବା ବେଳେ ଲେଫ୍ଟନାଣ୍ଟ କର୍ଣେ୍ଣଲ୍ ଜୋନାଥନ କହିଛନ୍ତି, ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୈନିକଙ୍କୁ ସୂଚନା ଦିଆଯାଉଛି।

ଅନ୍ୟପଟେ ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଜାମିନ୍ ନେତ୍ନ୍ୟାହୁ ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସକୁ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ବିରୁଦ୍ଦରେ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହା ସେମାନେ ସ୍ୱପ୍ନରେ ବି ଭାବିନଥିବେ । ତାସହ ଇସ୍ରାଇଲର ରାଷ୍ଟ୍ରପତି ନିଜ ଦେଶବାସୀଙ୍କୁ ମଧ୍ୟ କହିଛନ୍ତି ଯେ ସମସ୍ତେ ସଶସ୍ତ୍ର ହୋଇ ସର୍ତକ ରୁହନ୍ତୁ । ଇସ୍ରାଇଲ ସେନା ଅନୁସାରେ ସୋମବାର ଦିନ ଅର୍ଥାତ ୧୦ ମେ ଦିନ ହମାସ ୧ହଜାରରୁ ଅଧିକ ରକେଟ୍ ଦ୍ୱାରା ଆକ୍ରମଣ କରିଥିଲା । କିନ୍ତୁ ତା ବାଦ୍ ଦୁନିଆର ଅଧିକାଂଶ ମୁସଲିମ୍ ଦେଶ ପାଲେଷ୍ଟିନର ସପକ୍ଷରେ ଛିଡାହେଇଛି ।

ହେଲେ ଇସ୍ରାଇଲ ବିରୁଦ୍ଦରେ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଇସ୍ରାଇଲ ସହ ଭୀଷଣ ଯୁଦ୍ଧ ହେଲେ କଣ ଆରବ ଦେଶ ତାର ମୁକାବିଲା କରିପାରିବେ । କାହିଁକି ନା ଇସ୍ରାଇଲର ଇତିହାସ ଅନୁସାରେ ପୂର୍ବରୁ ଆରବ ଦୁନିଆକୁ ଇସ୍ରାଇଲ ଯୁଦ୍ଧକ୍ଷେତ୍ରରେ ଧୂଳି ଚଟାଇସାରିଛି । ୧୯୬୭ ଜୁନରେ ଇସ୍ରାଇଲ ଓ ଆରବ ଦେଶ ଭିତରେ ହୋଇଥିବା ଯୁଦ୍ଧରେ ଭୈାଗଳିକ ନକ୍ସାର ହିଁ ପରିବର୍ତ୍ତନ ହୋଇଯାଇଥିଲା । ଏହି ଯୁଦ୍ଧରେ ଇସ୍ରାଇଲ ବିରୁଦ୍ଧରେ ଥିଲେ ଆରବ ଦେଶ ମିଶର,ସିରିୟା ଓ ଜୋର୍ଡାନ । ୬ଦିନ ଧରି ଚାଲିଥିବା ଏହି ଯୁଦ୍ଧର ଫଳାଫଳ ଏୈତିହାସିକ ଥିଲା । ଏହାପୂର୍ବରୁ ଇସ୍ରାଏଲ ଓ ଆରବ ଦେଶ ମଧ୍ୟରେ ଯୁଦ୍ଧ ନ କରିବା ପାଇଁ ଅନେକ ରାଜନୈତିକ ଅଙ୍କ କଷାହେଲା । କିନ୍ତୁ କିଛି ବି ଆଲୋଚନା ପର୍ଯ୍ୟାଲୋଚନା କାମ ଦେଇନଥିଲା । ସେ ସମୟରେ ଇସ୍ରାଏଲ ଏହିସବୁ ଆରବଦେଶର ଏୟାରବେସ୍କୁ ଧ୍ୱଂସ କରିଦେଇଥିଲା ।

 

 

 

ଇସ୍ରାଏଲର ବାୟୁସେନା ଆକାଶମାର୍ଗରୁ ଆକ୍ରମଣ କରି ଆରବଦେଶଗୁଡିକର ନକ୍ସା ହିଁ ବଦଳାଇଦେଇଥିଲେ । ୬ଦିନ ଯୁଦ୍ଧ ପରେ ଇସ୍ରାଏଲର ଜିତ୍ ହେଲା । ତାପରେ ଇସ୍ରାଏଲ ମିଶର ଠୁ ସିନାୟୀ ପ୍ରାୟଦ୍ୱୀପ ,ଗାଜା ପଟୀ,ଜୋର୍ଡାନ ଠୁ ବେଷ୍ଟ ବ୍ୟାଙ୍କ, ଓ ସିରିୟାଠୁ ଗୋଲାନ୍ ହାଇଟସ୍ ଛଡାଇନେଇଥିଲା । ସଂଯୁକ୍ତ ରାଷ୍ଟ୍ରର ହସ୍ତକ୍ଷେପ ପରେ ଯୁଦ୍ଧରେ ବିରାମ ଲାଗିଥିଲା । ଅସଲରେ ୧୯୪୮ରେ ଆରବଦେଶ ଇସ୍ରାଏଲର ଅସ୍ତିତ୍ୱକୁ ହରାଇବା ପାଇଁ ପ୍ରଥମେ ଆକ୍ରମଣ କରିଥିଲା । ତାପରେ ସୁଏଜ କେନାଲକୁ ନେଇ ଦିତ୍ୱୀୟ ସଂଙ୍କଟ ୧୯୫୬ରେ ଉପୁଜିଥିଲା । ଆରବ ଦେଶ ସହ ସଂଘର୍ଷରେ ୧୯୪୮ରେ ୟହୁଦି ତାଙ୍କର ପବିତ୍ର ଭୂମିକୁ କବ୍ଚା କରିନେଇଥିଲେ । ସେଥିପାଇଁ ପାଲେଷ୍ଟାଇନ ଏହାକୁ ଅଲ ନକବା ବା ବିନାଶକାରୀ ବୋଲି ଘୋଷଣା କରିଦେଇଥିଲା । ସେ ସମୟରେ ପାଖାପାଖି ୭ଲକ୍ଷ ପାଲେଷ୍ଟାଇନ ବାସିନ୍ଦା ବେଘର ହୋଇଯାଇଥିଲେ ।୧୯୫୦ ରୁ ୧୯୬୦ ଭିତରେ ଆଉ କୈାଣସି ଯୁଦ୍ଧ ହୋଇନଥିଲା କିନ୍ତୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଥିଲା । ଇସ୍ରାଇଲ ଭଲଭାବରେ ଜାଣିଥିଲା ଯେ ଆଗାମୀ ଦିନରେ ନିଶ୍ଚିତ ଭାବେ ଯୁଦ୍ଧ ହେବ । ୧୯୬୭ ଆରମ୍ଭରୁ ଇସ୍ରାଏଲର ନେତାମାନେ ଆରବ ସହ ମୁକାବିଲା ଓ ସମାନତାର ଯୁକ୍ତି ବାଢିଲେ । ଆଉ ତାପରେ ହିଁ ୫ ଜୁନ୍ ୧୯୬୭ରେ ଇସ୍ରାଇଲର ବାୟୁସେନା ନିଜର ମିଶନ ଫୋକସ୍ ଆରମ୍ଭ କଲା । ଏବଂ ମିଶରର ୧୮ଟି ବିଭିନ୍ନ ଆଡ୍ଡା ଉପରେ ଆକାଶ ମାର୍ଗରୁ ଇସ୍ରାଇଲର ୨୦୦ ଲଢୁଆ ବିମାନ ଆକ୍ରମଣ କଲେ । ଯାହା ଫଳରେ ମିଶରର ୯୦ ପ୍ରତିଶତ ବାୟୁସେନା ଧ୍ୱଂସ ହେଇଗଲା । ଆଉ ତାପରେ ନିଜ ଆକ୍ରମଣର ଦିଗ ବଦଳାଇଲା ଇସ୍ରାଏଲ ଓ ସିରିୟା ଜୋର୍ଡାନ ଏବଂ ଇରାକ୍ର ବାୟୁସେନା ଉପରେ ଆକ୍ରମଣ କରି ସବୁକିଛି ଧ୍ୱଂସ କରିଦେଲା । ଏହି ୬ ଦିନର ଯୁଦ୍ଧ ଆରବ-ଇସ୍ରାଏଲ ସମୀକରଣ ହିଁ ବଦଳାଇ ଦେଇଥିଲା । ଇସ୍ରାଏଲ ଆରବ ଦୁନିଆକୁ ଡରାଇବାରେ ସଫଳ ହୋଇଥିଲା ।

Leave a Reply