ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି। ୨ଦିନ ମଧ୍ୟରେ ୮ଜଣ ଆକ୍ରାନ୍ତ ଆରଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମେଡିକାଲର ସମସ୍ତ ଟିମ ଆଲର୍ଟ ରହିଛନ୍ତି। ସେପଟେ ପୀଠର ପ୍ରବେଶ ପଥ ଓ ବିଭିନ୍ନ ସ୍ଥାନ ମୁଖ୍ୟ ବଜାରରେ ଅଳିଆ ଆର୍ବଜନା ଗଦା ହୋଇ ପଡିଛି। ଏପରିକି ଦୂଷିତ ପାଣି ମଧ୍ୟ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ପିଉଥିବା ଦେଖିବାକୁ ମିଳିଛି। ଝାଡାବାନ୍ତି ଭୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ  ମନ୍ଦିର ପରିସରରେ ଥିବା  ସମସ୍ତ ଭୋଗ ଦୋକାନ ସହ ବଜାରରେ ଥିବା ଜଳଖିଆ ଦୋକାନ,  ହୋଟେଲ ଆଦି ସମସ୍ତ ଦୋକାନ ବନ୍ଦ ରହିଛି।