spot_img

Latest Posts

ପୋଲିସ ହାତରେ ଏରଗୋଲା ଲୁଟେରା ଗ୍ଯାଙ୍ଗ

ଭୁବନେଶ୍ବର: ପୋଲିସ ହାତରେ ଏରଗୋଲା ଲୁଟେରା ଗ୍ଯାଙ୍ଗ। ୧୧ ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍। ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ଲୋକେ ଫେରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ବାଟୁଳି ମାରି କାର କାଚ ଭାଙ୍ଗନ୍ତି। ଯାହା ପାରନ୍ତି ଲୁଟପାଟ କରନ୍ତି। ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗ ଏବେ କମିଶନରେଟ ପୋଲିସ ହାତରେ ଧରାପଡିଛି। ଅସାବଧାନତାର ସୁଯୋଗ ନେଇ ଗାଡିର ଡିକି ଭାଙ୍ଗନ୍ତି। ଲୁଟପାଟର ସିସିଟିଭି ଫୁଟେଜ ମିଳିଛି। ଏଥିରେ ଅତି ଚତୁରତାର ସହ ଲୁଟ କରୁଥିବା  ସିସିଟିଭି ଚିତ୍ରରେ ସ୍ପଷ୍ଟ ଦେଖାଯାଇଛି।

 

 

Latest Posts

Don't Miss