spot_img

Latest Posts

ବାପା ବାହାଘରରେ ପୁଅର ସରପ୍ରାଇଜ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶେରା ଖାନଙ୍କୁ ଭଉଣୀ ଅର୍ପିତା ଖାନଙ୍କ ଘରେ ଡିସେମ୍ବର ୨୪ ତାରିଖରେ ଦ୍ୱିତୀୟ ବିବାହ କରିଛନ୍ତି। ଅରବାଜ ଓ ଶୌରାଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ ତାରକା ଯୋଗ ଦେଇଥିଲେ। ଦୁହିଁଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓଗୁଡ଼ିକ ମଧ୍ୟରୁ ଅରବାଜଙ୍କ ପୁଅ ଅରହାନଙ୍କ ଏକ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

ବିବାହରେ ସାମିଲ ହୋଇ ଅରହାନ ବାପା ଅରବାଜ ଓ ନୂଆ ମା’ ଶେରାଙ୍କୁ ସରପ୍ରାଇଜ ଦେଇଥିଲେ।  ଅରହାନ ବିବାହରେ ସମଗ୍ର ପରିବାରଙ୍କ ସାମ୍ନାରେ ମଞ୍ଚ ଉପରେ ଚଢ଼ି ବାପା ଓ ନୂଆ ମା’ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗିଟାର ବଜାଇଥିଲେ। ପୁଅର ଏଭଳି ସରପ୍ରାଇଜ୍ ଦେଖି ଅରବାଜ ଖୁସି ହୋଇଯାଇଥିଲେ। ସେ ସଙ୍ଗେସଙ୍ଗେ ଫୋନ ବାହାର କରି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ କରିଦେବାକୁ ଚାହିଁଥିଲେ।

ଅରବାଜଙ୍କ ବିବାହରେ  ଭାଇ ସଲମାନ ଏବଂ ସୋହେଲ ମଧ୍ୟ ସାମିଲ ହୋଇଥିଲେ। ଏହି ବିବାହରେ ସାମିଲ ହୋଇଥିବା ପ୍ରତ୍ୟେକ ଅତିଥି ଖୁସିରେ ଖୁବ ମଜାମସ୍ତି କରିଥିବାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନ, ମେକଅପ୍ ଆର୍ଟିଷ୍ଟ ଶେରା ଖାନଙ୍କୁ ଶେଷରେ ରବିବାର ବିବାହ କରିଛନ୍ତି। ବହୁଦିନରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। ରବିବାର ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିଲେ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିବାହ ପରେ ସୋସିଆଲ ମିଡିଆରେ ସେ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଦବଙ୍ଗ ଷ୍ଟାର ସଲମାନ ଖୁସିରେ ନାଚୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ସଲମାନ ଭାଉଜ ଶୁରା ଖାନଙ୍କୁ ସ୍ବାଗତ କରିବା ପାଇଁ ନିଜ ଫିଲ୍ମର ଗୀତରେ ନାଚିଥିଲେ। ଗୀତଟି ଥିଲା ‘ତେରେ ମସ୍ତ ମସ୍ତ ଦୋ ନୈନ୍’ ଓ ‘ଦିଲ୍ ଦିଆ ଗଲାନ୍ । ହର୍ଷଦୀପ କୌର ଲାଇଭ୍ ଗୀତ ଗାଉଥିବା ବେଳେ ସଲମାନ, ଶୁରା ଖାନ୍, ଅରବାଜଙ୍କ ପୁଅ ଓ ଅନ୍ୟ କିଛି ଜଣକ ସହ ନାଚୁଥିବାର ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଅରବାଜ ତାଙ୍କ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ଭେଟିଥିଲେ। ଅଭିନେତା ପୂର୍ବରୁ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେମାନେ ବିଚ୍ଛେଦ ଘୋଷଣା କରିଥିବା ବେଳେ  ୨୦୧୭ ମେ’ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ଭାବେ ବିବାହ ବିଚ୍ଛେଦ ହୋଇଥିଲା। ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଅନ୍ୟ ପକ୍ଷରେ ଶୁରାଙ୍କ ଇନଷ୍ଟାଗ୍ରାମ ତଥ୍ୟ ଅନୁଯାୟୀ ସେ ବଲିଉଡ୍ର ଜଣେ ମେକ୍-ଅପ୍ ଆର୍ଟିଷ୍ଟ ଏବଂ ରବିନା ଟଣ୍ଡନ ଓ ତାଙ୍କ ଝିଅ ରାଶାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି।

Latest Posts

Don't Miss