ସାନ ସିନା ଜ୍ଞାନ ତା ମହାନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ୩ ବର୍ଷର କୁନି ଝିଅ ଆରଭି ୟୁଭାନିକା

ଭୁବନେଶ୍ବର: କୁନି ବୟସ ହେଲେ ଅଗାଢ ଜ୍ଞାନ । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ଭୁବନେଶ୍ବରର ଆରଭି ୟୁଭାନିକା । ସେ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ ଭଳି କେତେ କଣ । ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା ।

ସାନ ସିନା ଜ୍ଞାନ ତାର ମହାନ । ମାତ୍ର ୩ ବର୍ଷ ବୟସରେ କୁନି ଝିଅର କମାଲ । ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବିସ୍ମୟ ବାଳିକା ଆରଭି ୟୁଭାନିକା । ମୁହଁରୁ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ । ଏହାସହ ୨୮ ରାଜ୍ୟ ଓ ତାହାର ରାଜଧାନୀ, ୧୨ ଜଣ କବି ଓ ସେମାନଙ୍କ ଉପାଧି ନାମ, ୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ ଭଳି କେତେବେ କଣ ରହିଛି ଭୁବନେଶ୍ବରର ଆରଭିଙ୍କ ଜିଭ ଅଗରେ । ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରଭି । ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିଅର ଚନ୍ଦନ ରାଉତ ଓ ମାତା ଇଞ୍ଜିନିଅର ସ୍ବପ୍ନାଶ୍ରୀ ସାମଲଙ୍କ କନ୍ୟା ଅଟନ୍ତି ଆରଭି  ।

ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ସମ୍ବର୍ଦ୍ଧନା  । ଭୁବନେଶ୍ବରର ରୋଟାରି ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଜଜବା ଟ୍ରଷ୍ଟ ଅଧ୍ୟକ୍ଷ ସଫଦର ହସୀମ, ବିଶିଷ୍ଟ ଆଇନଜୀବୀ ହାସନ ଖାଁ, ଅଭିନେତା ବାବୁ ରାଜା, ଯୁବ ସମାଜସେବୀ ଗାୟତ୍ରୀ ମିଶ୍ର ଏହି କୁନି ଶିଶୁକୁ ଆଶିର୍ବାଦ ପ୍ରଦାନ କରିଛନ୍ତି  । ଆଗକୁ ଏସିଆ ଓ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ଆରଭିଙ୍କ ମାତା ପିତା ।