ମହାକୁମ୍ଭରେ ଫୁଟିଲା କରୋନା ବମ୍‌, ୧୦୦ ଶ୍ରଦ୍ଧାଳୁଙ୍କ ସମେତ ୨୦ ସନ୍ଥ ପଜିଟିଭ୍ ‌ଚିହ୍ନଟ

ହରିଦ୍ୱାର:  ଧର୍ମନଗରୀ ହରିଦ୍ୱାରରେ ଆୟୋଜିତ ମହାକୁମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ସମସ୍ତଙ୍କ ହୋଶ୍‌ ଉଡ଼ାଇ ଦେଇଛି । ସୂଚନାଯୋଗ୍ୟ ମହାକୁମ୍ଭରେ ସାମିଲ ହୋଇଥିବା ୧୦୦ ଜଣ ତୀର୍ଥଯାତ୍ରୀ ଏବଂ ୨୦ ଜଣ ସାଧୁସନ୍ଥ କୋଭିଡ୍‌ପଜିଟିଭ୍‌ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକଳନ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଏହା ପଛର ଏକମାତ୍ର କାରଣ ହେଉଛି ୧୨ ସ ୧୩ ଅପ୍ରେଲରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ କରିବା ପାଇଁ ହରିଦ୍ୱାର କୁମ୍ଭରେ ପହଞ୍ଚିଥିଲେ । ଏଭଳି ସ୍ଥିତିରେ କରୋନା ସ୍ପ୍ରେଡ୍‌ଆଶଙ୍କା ଖୁବ୍‌ବଢିଯାଇଛି । ଗତ ରବିବାର ୧୦୨ ଜଣ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିବ ପରେ ଏବେ ନୂଆ ଆକଳନ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ କରୋନା ସଂକ୍ରମଣ ବୃଦ୍ଧି ଉତ୍ତରାଖଣ୍ଡ ସମେତ ସାରା ଦେଶରେ ଦେଖିବାକୁ ମିଳିଛି । କିନ୍ତୁ ହରିଦ୍ୱାର ମହାକୁମ୍ଭରେ ଏହାର ପ୍ରଭାବ ବରାବର ରହିଛି । କାରଣ ମାସ୍କ, ସାମାଜିକ ଦୂରତା ଏବଂ କରୋନା ନିୟମକୁ ଭୁଲି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ମହାକୁମ୍ଭରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ଏହି ସମୟରେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଥର୍ମାଲ ସ୍କ୍ରିନିଂ ଏବଂ ମାସ୍କର ନିୟମ ପାଳନ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ୁଛି । କେତେକ ସ୍ଥାନରେ ପ୍ରଣାସନ ଅସଫଳ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ମହାକୁମ୍ଭରେ ସ୍ନାନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପାଳନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ ।

କୁମ୍ଭ ମେଳା ପୋଲିସ ନିୟନ୍ତ୍ରଣ କକ୍ଷ ଅନୁସାରେ ଗି ସୋମବାର ସ୍ନାନରେ ୩୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ରବିବାର ରାତି ୧୧ଟା ୩୦ରୁ ଆରମ୍ଭ କରି ସୋମବାର ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୮ ହଜାର ୧୬୯ ଜଣ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା ହୋଇଥିଲା । ଯେଉଁଥିରୁ ୧୦୨ ଜଣ ପଜିଟିଭ୍‌ଚିହ୍ନଟ ହୋଇଛନ୍ତି । କିନ୍ତୁ କିଛି ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଯଦିଓ ୟୁପି ଏବଂ ଉତ୍ତରାଖଣ୍ଡ ସୀମାରେ କରୋନା ନେଗେଟିଭ୍‌ରିପୋର୍ଟ ଚେକିଂ ହେଉଥିଲା, କିନ୍ତୁ ମେଳାରେ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିଲା ।

Leave a Reply