ସେନା କର୍ମଚାରୀଙ୍କ ଗୁଣ୍ଡାଗିରି, ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ସୋର: ଛୁଟିରେ ଆସି ସେନା କର୍ମଚାରୀଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣ ଦୃଶ୍ୟ । ଗିରଫ ହେଲେ ସେନା କର୍ମଚାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଘଟିଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ରୂପଖଣ୍ଡ ଗାଁର ବୃନ୍ଦାବନ ବେହେରାଙ୍କ ଝିଅ ଶାନ୍ତିଲତାଙ୍କୁ ସେହି ଗାଁର ଆସାମ ରାଇଫଲ୍‌ସରେ ଯବାନ ଭାବେ କାର୍ଯ୍ୟ କରୁଥିବା ବିଜୟ ବେହେରା ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ଆସାମ ରାଇଫଲ୍‌ସର ଯବାନ ବିଜୟ ବେହେରା ଯୁବତୀ ଶାନ୍ତିଲତାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଦେଖିବାକୁ ମିଳୁଛି । ଆକ୍ରମଣ ନେଇ ଯୁବତୀ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୋଲିସ ଘଟଣାର ତଦନ୍ତ କରି ସେନା କର୍ମଚାରୀ ଓ ତାଙ୍କ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply