ମାଥିଲି ବିଷ୍ଣୁ ନାୟକ ହତ୍ୟା ଘଟଣାର ନୂଆ ମୋଡ, ଗିରଫ ଶଙ୍କର ହିଣ୍ଡିଆଙ୍କ ନାବାଳିକା ଝିଅର ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ବିଷ୍ଣୁ ନାୟକ ହତ୍ୟା ଘଟଣାରେ ନୂଆ ମୋଡ । ଗିରଫ ଶଙ୍କର ହିଣ୍ଡିଆଙ୍କ ନାବାଳିକା ଝିଅ ଆତ୍ମହତ୍ୟା କରିଛନ୍ତି । ବାପାଙ୍କ ଗିରଫ ଓ ତ୍ରିକୋଣୀୟ ପ୍ରେମ କଥାର ଅପପ୍ରଚାର ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷ୍ଣୁକୁ ମୋର ସ୍ଵାମୀ ହତ୍ୟା କରିନାହାନ୍ତି । ଫେରାର ଥିବା ଦୀପକ କୁମାର ହିଁ ଏହି ହତ୍ୟା କରିଛି । ତେଣୁ ସ୍ଵାମୀଙ୍କୁ ମୁକୁଳାଇବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଥିଲି ଥାନା ଅଧିକାରିଣୀ । ଘଟଣାର ତଦନ୍ତ ସଠିକ ଭାବେ ହୋଇଛି ବୋଲି ପୋଲିସ କହିଛି । ଗତ କିଛିଦିନ ପୂର୍ବେ ରେଙ୍ଗାବେଡା ଗାଁର ବିଷ୍ଣୁ ନାୟକ ହତ୍ୟା ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ଭଲ ପାଇବା ଯୋଗୁଁ ହତ୍ୟାକାଣ୍ଡ ଘଟଣାରେ ଶଙ୍କର ଓ ତାଙ୍କର ଦୁଇ ସହଯୋଗୀ ସାଗର ସୁନାମ ଏବଂ ମନୋଜ ଗୌଡ଼ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।