ଦିଲ୍ଲୀରେ ଏବେ ଲକଡାଉନ୍ କରାଯିବନି, ଦରକାର ପଡିଲେ ଜନତାଙ୍କ ଠାରୁ ପରାମର୍ଶ ନେବୁ…

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ଲକଡାଉନ୍ ଜାରି କରିବାର ଆବଶ୍ୟକତା ନାହିଁ।  ଯଦି ଆବଶ୍ୟକ ହୁଏ ତେବେ ଏହି ପ୍ରସଙ୍ଗରେ ଦିଲ୍ଲୀବାସୀଙ୍କ ପରାମର୍ଶ ଲୋଡାଯିବ ଏବଂ ତଦନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଗତ କିଛି ଦିନ ହେବ କରୋନା ପଜିଟିଭ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚ ୧୬ରେ ଦିଲ୍ଲୀରେ ୪୨୫ ମାମଲା ଥିଲା ହେଲେ ଆଜି ୩୫୮୩ ମାମଲା ରହିଛି। ଦିଲ୍ଲୀରେ ୪ର୍ଥ ୱେଭ୍ ଜାରି ରହିଥିବା ବେଳେ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆତଙ୍କିତ ହେବାର କୗେଣସି ଆବଶ୍ୟକତା ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ବୖେଠକରେ ସମୀକ୍ଷା କରାଯାଇଛି ଯେ ଯଦି ଲୋକମାନେ ଅସୁସ୍ଥ ଅଛନ୍ତି, ତେବେ ଡାକ୍ତରଖାନାରେ ଏହାର ବ୍ୟବସ୍ଥା କରାଯିବା ଉଚିତ। ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଆଇସିୟୁ ବ୍ୟବସ୍ଥା ଉପରେ ଆଜି ବିଚାର କରାଯାଇଛି ଏବଂ କେଉଁ ପର୍ଯ୍ୟାୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ସରକାରୀ ଡାକ୍ତରଖାନା କେବେ ଏବଂ ଘରୋଇ ଡାକ୍ତରଖାନାରେ କେବେ ବୃଦ୍ଧି କରାଯିବ? ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ, ଦିନକରେ ୮୧ହଜାର ୪୬୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬୯ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୦ହଜାର ୩୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୬ଲକ୍ଷ ୧୪ ହଜାର ୬୯୬ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୩ହଜାର ୩୯୬ରେ ପହଞ୍ଚିଲାଣି ।

ସେହିପରି ମହାରାଷ୍ଟ୍ର ପୁନେରେ ପୁନେରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ। ଏପ୍ରିଲ ୧୧ ତାରିଖ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ଘୋଷଣା।ସ ସବୁ ମଲ୍, ହୋଟେଲ ଓ ଧାର୍ମିକସ୍ଥଳ ୭ଦିନ ପାଇଁ ବନ୍ଦ ରହିବ।  କରୋନା ଯୋଗୁଁ ଉତ୍ତରପ୍ରଦେଶରେ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ରହିବ।

ଏଥିସହ ପଢନ୍ତୁ- ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

Leave a Reply