୨୮ ଦିନ ପରେ ଜେଲରୁ ବାହାରିଲେ ଆର୍ଯ୍ୟନ

1 min read

ମୁମ୍ବାଇ: ଜେଲରୁ ବାହାରିଲେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଆ ଆର୍ଯ୍ୟନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା ।

ଆର୍ଯ୍ୟନଙ୍କୁ ନେବାକୁ ଲାଗିଥିଲା ଗାଡ଼ିର ଲାଇନ୍

ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିସରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ଘର ‘ମନ୍ନତ’କୁ ନିଆଯାଇଥିଲା ।

ଆଜି ସକାଳ ୫.୩୦ରେ ଜେଲ ବକ୍ସ ଖୋଲା ଯାଇଥିଲା । ଏହାପରେ ଆର୍ଯ୍ୟନଙ୍କ ବେଲ ପେପର୍ ଜେଲ କର୍ତ୍ତୃପକ୍ଷ ପାଇଥିଲେ । କିଛି ସମୟର ପ୍ରକ୍ରିୟା ପରେ ଆର୍ଯ୍ୟନଙ୍କୁ ଜେଲରୁ ମୁକ୍ତି ମିଳିଥିଲା ।

ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

Leave a Reply