spot_img

Latest Posts

ଅସଦୁଦ୍ଦିନ୍ ଓୱେସିଙ୍କ ପ୍ରଶ୍ନ : କ’ଣ ୨୬ ଜଣ ନାଗରିକଙ୍କ ଜୀବନ ଅପେକ୍ଷା ଟଙ୍କା ଅଧିକ ମୂଲ୍ୟବାନ ?

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ – ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଦେଶର ସମସ୍ତ ବିରୋଧୀ ଦଳ ଏବଂ ପହଲଗାମ୍ ଆକ୍ରମଣର ପୀଡିତଙ୍କ ପରିବାର ଏହି ମ୍ୟାଚ୍ ବିରୋଧରେ ପ୍ରତିବାଦ କରୁଛନ୍ତି।  AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ମଧ୍ୟ ଏହି ସମଗ୍ର ମାମଲାରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆତଙ୍କବାଦୀ ପହଲଗାମରେ ଆମର ୨୬ ଜଣ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରିଥିଲେ ସେଭଳି ଦେଶ ସହିତ କ୍ରିକେଟ ଖେଳିବା କ’ଣ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି। ଶିବସେନା (ୟୁବିଟି), କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ସମେତ ସମସ୍ତ ରାଜନୈତିକ ଦଳ ଏହାକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ପୀଡିତ ଏବଂ ସୀମାରେ ପ୍ରାଣବଳି ଦେଇଥିବା ସୈନିକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ମ୍ୟାଚ୍ ଉପରେ ଅସଦୁଦ୍ଦିନ ଓୱେସି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ ପାକିସ୍ତାନ ହିଁ ପହଲଗାମ ଉପରେ ଆକ୍ରମଣ କରିଥିଲା। ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରାଯାଇଥିଲା। ଆସାମ ଏବଂ ୟୁପିର ମୁଖ୍ୟମନ୍ତ୍ରୀମାନଙ୍କର କ୍ରିକେଟ୍ ମ୍ୟାଚ୍ ବନ୍ଦ କରିବାର କ୍ଷମତା ନାହିଁ। ସେ ପ୍ରଶ୍ନ କରିଥିଲେ ଯେ ଯଦି ଆପଣଙ୍କ ଝିଅକୁ ହତ୍ୟା କରାଯାଏ ତେବେ ଆପଣ କ’ଣ କ୍ରିକେଟ୍ ଖେଳିଥାନ୍ତେ? ୨୬ ନାଗରିକଙ୍କ ମୂଲ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ନା କ୍ରିକେଟ୍‌ର ଟଙ୍କା? ଯେତେବେଳେ ଆମେ ପାଣି ବନ୍ଦ କରିପାରୁଛନ୍ତି ସେତେବେଳେ ମ୍ୟାଚ୍ କାହିଁକି ବନ୍ଦ କରିପାରୁନାହାନ୍ତି ? ବିଜେପି ଲୋକଙ୍କ ମୃତ୍ୟୁକୁ ଦେଖୁନାହାଁନ୍ତି, ସେମାନେ ଟଙ୍କାକୁ ଦେଖୁଛନ୍ତି।

ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁର ବ୍ୟବସାୟୀ ଶୁଭମଙ୍କ ପତ୍ନୀ ଐଶ୍ୱର୍ଯ୍ୟା  ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ସାଧାରଣ ଲୋକେ ବର୍ଜନ କରିବାକୁ ଆବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ମ୍ୟାଚ୍ ଆୟୋଜନ ନିଷ୍ପତ୍ତିକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ଏବଂ ବିସିସିଆଇ ପୀଡିତ ପରିବାରଙ୍କ ଭାବନା ସହିତ ଖେଳୁଥିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦେଶର  ସହିଦଙ୍କ ପ୍ରତି ବିସିସିଆଇର କୌଣସି ମୂଲ୍ୟ ନାହିଁ।  ସେମାନେ ହୁଏତ ନିଜର କାହାକୁ ହରାଇ ନାହାନ୍ତି। ସେ ସିଧାସଳଖ ଜନସାଧାରଣଙ୍କୁ ନିବେଦନ କରିଥିଲେ, ଏହି ମ୍ୟାଚ୍ ବୟକଟ୍ କରନ୍ତୁ, ଏହାକୁ ଟେଲିଭିଜନରେ ଦେଖନ୍ତୁ ନାହିଁ।

 

Latest Posts

Don't Miss