ୟୁରୋପରେ ଘନଉଛି ବ୍ୟାଙ୍କିଂ ସଙ୍କଟ, ଦେବାଳିଆ ସ୍ଥିତିରେ କ୍ରେଡିଟ ସୁଇସ୍

ୟୁରୋପରେ ଘନଉଛି ବ୍ୟାଙ୍କିଂ ସଙ୍କଟ । ସପ୍ତାହକ ଭିତରେ ଆମେରିକାର ଦୁଇଟି ବ୍ୟାଙ୍କ ବୁଡ଼ି ଯାଇଥିବା ବେଳେ ଆଉ ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ବୁଡିଯିବା ଭଳି ସ୍ଥିତି ଉପୁଜିଛି । ଆମେରିକା ପରେ ୟୁରୋପରେ ବି ସ୍ଥିତି ଜଟିଳ ହେବାରେ ଲାଗିଛି। ୟୁରୋପର ସବୁଠୁ ବଡ଼ ବ୍ୟାଙ୍କ କ୍ରେଡିଟ ସୁଇସ ଏବେ ଦେବାଳିଆ ସ୍ଥିତିରେ ।

ଗୋଟିଏ ଦିନରେ କ୍ରେଡିଟ ସୁଇଓ ସେୟାର ୨୫ପ୍ରତିଶତ ହ୍ରାସ ପାଇଛି । ଗତ ତିନି ମାସ ମଧ୍ୟରେ ବ୍ୟାଙ୍କିଂ ଷ୍ଟକ ମୂଲ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି । ଲେହମ୍ୟାନ ବ୍ରଦର୍ସ ବୁଡିଯିବ ବୋଲି ଆଶଙ୍କା କରିଥିବା ଓ୍ବାଲ ଷ୍ଟ୍ରିଟ ଆନାଲିଷ୍ଟ ରବର୍ଟ କିୟୋସାକି କ୍ରେଡିଟ ସୁଇସ ବୁଡିବାକୁ ଯାଉଥିବା ଆକଳନ କରିଛନ୍ତି। ବଣ୍ଡ ବଜାରରେ ଦେଖାଦେଇଥିବା ଅସ୍ଥିରତା ବ୍ୟାଙ୍କିଂ ସେକ୍ଟର ପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି।

କ୍ରେଡିସ ସୁଇସ ହେଉଛି ବିଶ୍ବର ଅଷ୍ଟମ ବୃହତ ଇନଭେଷ୍ଟମେଣ୍ଟ ବ୍ୟାଙ୍କ। ନିକଟରେ ଆମେରିକାର ଦୁଇଟି ବଡ଼ ବଡ଼ ବ୍ୟାଙ୍କ ସିଲିକନ ଭ୍ୟାଲି ଓ ସିଗ୍ନେଚର ବ୍ୟାଙ୍କ ବୁଡ଼ି ଯାଇଥିଲା ।