spot_img

Latest Posts

ବନ୍ଯା ଘେରରେ ଲକ୍ଷ ଲକ୍ଷ ଲୋକ; ରାଜରାସ୍ତା ପାଲଟିଛି ଆଶ୍ରୟସ୍ଥଳୀ

ନନ୍ଦିଘୋଷ ବ୍ୟୁରୋ : ଆସାମର ନାଗାଓଁ ଜିଲ୍ଲାରେ ହାହାକାର । ଲକ୍ଷ ଲକ୍ଷ ଲୋକ ବନ୍ଯାଘେରରେ। ରାଜରାସ୍ତା ପାଲଟିଛି ଆଶ୍ରୟସ୍ଥଳୀ। ଶହ ଶହ ଘର ଜଳମଗ୍ନ। ମଣିଷ ଓ ଜୀବଜନ୍ତୁ ଏକାକାର। ବଢୁଥିବା ନଦୀ ଯୋଗୁଁ ଲୋକମାନେ ଘରୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ପରିସ୍ଥିତି କ୍ରମଶଃ ଅଧିକରୁ ଅଧିକ ଗମ୍ଭୀର ହେବାଲେ ଲାଗିଥିବେଳେ ମୃତ୍ଯୁ ସଂଖ୍ଯା ହେଲାଣି ୫୮। ଲୋକେ ହାତୀ ସାହାଯ୍ଯରେ ଯିବାଆସିବା କରୁଥିବା ଦେଖିବାକୁ ମଳିଛି। ଲୋକମାନେ ରାସ୍ତାକଡରେ ଟମ୍ବୁ ଟାଣି ଆଶ୍ରୟ ନେଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ଯ ବନ୍ୟାଯୋଗୁଁ ୧୩୧ ବନ୍ୟଜନ୍ତୁ ପ୍ରାଣ ହରାଇଥିବାବେଳେ , ଅନ୍ୟ ୯୬ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ଏହିଧରଣର ଭୀଷଣ ବନ୍ଯା ଗତ ୨୦୧୭ ରେ ଘଟିଥିଲା ।

ସେପଟେ ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ। ସ୍ଥିତି ସଂଗୀନ, ଆଉ ୩ ଦିନ ବର୍ଷା ଲାଗି ଆଇଏମଡି ଜାରି କଲା ୟେଲୋ ଆଲର୍ଟ।ଏବେ ବି ଅନେକ ସ୍ଥାନରେ ଭରିରହିଛି ପାଣି। କର୍ଣ୍ଣାଟକ, ଗୋଆ, ଗୁଜରାଟ ଓ ଅନ୍ଯାନ୍ଯ ରାଜ୍ଯରେ ବି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଆସାମ ସ୍ଥିତି ମଧ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପାଇଁ ଆଲର୍ଟ ଜାରି କରିଛି ଆଇଏମଡି। ଉତ୍ତର ଭାରତ ଓ ମଧ୍ୟ ଭାରତ ପାଇଁ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡି।

Latest Posts

Don't Miss