spot_img

Latest Posts

ପ୍ରତିଦିନ ସ୍କୁଲ ଗଲେ ଦିନକୁ ୧୦୦ ଟଙ୍କା ଲେଖାଏଁ ଦେବେ ଆସାମ ସରକାର

ଗୌହାଟି: ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବାକୁ ଆସାମ ସରକାରଙ୍କ ଅଭିବ ଯୋଜନା। ସରକାର ପ୍ରତିଦିନ ସ୍କୁଲ ଆସୁଥିବା ପ୍ରତ୍ୟେକ ବାଳିକାକୁ ୧୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ଆସାମର ଶିକ୍ଷାମନ୍ତ୍ରୀ ହିମାନ୍ତ ବିସ୍ୱ ଶର୍ମା କରିଛନ୍ତି। ସେ କହିଛନ୍ତି ଯେ ସରକାର ପ୍ରତିଦିନ ସ୍କୁଲ ଆସୁଥିବା ସମସ୍ତ ଛାତ୍ରୀଙ୍କୁ ଦିନକୁ ୧୦୦ ଟଙ୍କା ଲେଖାଏଁ ଦେବେ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ  ଯୁକ୍ତ ତିନି ଓ ମାଷ୍ଟଡିଗ୍ରୀ କରୁଥିବା ପ୍ରତ୍ୟେକ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଜାନୁଆରୀ ଶେଷ ସୁଦ୍ଧା ୧୫ଶହ ରୁ ୨ ହଜାର ଟଙ୍କା ପଠାଇବେ। ଏହି ଟଙ୍କାରେ ପିଲାମାନେ ବହି କିଣିପାରିବେ।

ତେବେ ଠିକ୍ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଯୋଜନା, ଛାତ୍ରିମାନଙ୍କୁ ଲୋଭ ଦେଖାଇବା ସ୍କିମ ବୋଲି କୁହାଯାଉଛି। ମନ୍ତ୍ରୀ କହିଛନ୍ତି, ‘ଆମେ ଗତ ବର୍ଷ ଏହି ଯୋଜନା ପ୍ରସ୍ତୁତ କରିଥିଲୁ। ଏହି ଯୋଜନା ଅଧୀନରେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରୀମାନେ ଉପକୃତ ହେବେ। ଏହି ଯୋଜନା ଦ୍ୱାରା ସେମାନଙ୍କର ଡ୍ରପଆଉଟ୍ ସଂଖ୍ୟା ହ୍ରାସ ହୋଇପାରିବ। କିନ୍ତୁ ମହାମାରୀ କରୋନା ଯୋଗୁଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା।

ସୂଚନାଯୋଗ୍ୟ, ଆସାମ ସରାକାରଙ୍କ ଏଭଳି ଯୋଜନା ଆଣିବା ପ୍ରଥମ ନୁହେଁ ପୂର୍ବରୁ ରାଜ୍ୟରେ ପାଷ୍ଟ ଡିଭିଜନରେ ପାସ୍ ହୋଇଥିବା ପିଲାଙ୍କୁ ସ୍କୁଟି ବଣ୍ଟାଯାଇଥିଲା। ଗତବର୍ଷ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନକରିଥିଲେ। ଆସନ୍ତା ପେବୃଆରୀରେ ମଧ୍ଯ  ୧୫ ହଜାରରୁ ଅଧିକ ପିଲାଙ୍କୁ ସ୍କୁଟି ପ୍ରଦାନ କରାଯିବ। ସେହିଭଳି ୨୦୨୦ରେ ପ୍ରାୟ ୨୨ ହଜାର ୨୪୫ଜଣ ଛାତ୍ରୀ ଫାଷ୍ଟ ଡିଭିଜନରେ ପାସ୍ ହୋଇଛନ୍ତି, ଏବଂ ସେମାନଙ୍କୁ ଗାଡ଼ି ଦେବାକୁ ସରକାର ୧୪୪.୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Latest Posts

Don't Miss