ଆଜି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ

1 min read

ନୂଆଦିଲ୍ଲୀ: ଆଜି ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏ ହେବ ମତଦାନ । ଉଭୟ ରାଜ୍ୟରେ ମୋଟ ୭୭ଟି ଆସନରେ ହେବ ପୋଲିଂ ।  କୋଭିଡ କଟକଣା ପାଇଁ ଏଥର ୧୧ ହଜାର ୫୩୭ଟି ମତଦାନ କେନ୍ଦ୍ରରେ ହେଉଛି ମତଦାନ । ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସାମରେ ୪୭ ଏବଂ ପଶ୍ଚିମବଙ୍ଗରେ ୩୦ଟି ଆସନରେ ପୋଲିଂ ହେବ । ଆସାମରେ ୧୨ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଥିବା ବେଳେ ମୈଦାନରେ ଅଛନ୍ତି ୨୬୭ ଜଣ ପ୍ରାର୍ଥୀ । ପଶ୍ଚିମ ମେଦିନାପୁର ପାର୍ଟ-୧, ପୂର୍ବ ମେଦିନାପୁର ପାର୍ଟ-୧, ବାଙ୍କୁରା, ଝାରଗ୍ରାମ ଓ ପୁରୁଲିଆର ୩୦ଟି ଆସନରେ ମତଦାନ ହେବ  । ୧୯୧ ଜଣ ପ୍ରାର୍ଥୀଙ୍କର ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ମ୍ୟାଚ ଇଂଲଣ୍ଡର,୧-୧ରେ ବରାବର ସିରିଜ

Leave a Reply