spot_img

Latest Posts

ଭାରତୀୟ କ୍ରିକେଟରେ ମ୍ୟାଚ ଫିକ୍ସିଂ ! ୪ ଜଣ ଖେଳାଳି ସସପେଣ୍ଡ

କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ କ୍ରିକେଟରେ ମ୍ୟାଚ ଫିକ୍ସିଂ ନେଇ ଏକ ଖବର ସାମ୍ନାକୁ ଆସିଛି । ଏହି ଅଭିଯୋଗରେ ୪ ଜଣ ଖେଳାଳିଙ୍କୁ ସସପେଣ୍ଡ କରାଯାଇଛି । ସୟଦ ମୁସ୍ତାକ ଅଲୀ ଟ୍ରଫିର ଚଳିତ ସିଜିନ ମଧ୍ୟରେ ଏହି ଖବର ଏବେ ଘରୋଇ କ୍ରିକେଟକୁ ହଲଚଲ କରିଦେଇଛି । ଆସାମର ୪ ଜଣ ଖେଳାଳିଙ୍କୁ ଭ୍ରଷ୍ଟାଚାର କାର୍ଯ୍ୟକଳାପ ଅଭିଯୋଗରେ ନିଲମ୍ବନ କରାଯାଇଛି । ଆସାମ କ୍ରିକେଟ ଆସୋସିଏସନ (ACA) ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନିଲମ୍ବିତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଅମିତ ସିହ୍ନା, ଈଶାନ ଅହମଦ, ଅମନ ତ୍ରିପାଠୀ ଓ ଅଭିଷେକ ଠକୁରୀ ରହିଛନ୍ତି । ଆସାମ ଖେଳାଳିଙ୍କୁ ପ୍ରଭାବିତ କରିବା ଓ ଖଳାପ କାର୍ଯ୍ୟ ନେଇ ଉସୁକାଇବା ନେଇ ଏହି ଖେଳାଳିଙ୍କ ବିରୋଧରେ ଅଭିଯୋଗ ଆସିଛି । ଏନେଇ ACA ପକ୍ଷର ଏ ଅଫିସିଆଲ ବୟାନ ଜାରି କରାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗ୍ବାହାଟୀ କ୍ରାଇମବ୍ରାଞ୍ଚରେ ଏଆଆଇଆର ଦାୟର କରାଯାଇଛି ।

Latest Posts

Don't Miss