spot_img

Latest Posts

୧୩ ବର୍ଷ ବୟସରେ ସେ ଗାଉଛନ୍ତି ୧୦ ଟି ଭାଷାରେ ଗୀତ

କଟକ: ଆଦ୍ୟାଶା ଆଶାଠୁ ଅଧିକ। ଅନନ୍ୟ ପ୍ରତିଭାର ଅଧିକାରୀଣୀ। ମାତ୍ର ୧୩ ବର୍ଷରେ ୧୦ଟି ଭାଷାରେ ଗାଉଛନ୍ତି ଗୀତ। ବେଙ୍ଗଲୀ, ମରାଠି, ତେଲଗୁ, ହିନ୍ଦୀ ଓ ଓଡ଼ିଆ ସହ ଅନ୍ୟ ଭାଷାରେ ଗାଉଛନ୍ତି ସୁମଧୁର ଗୀତ। ଭିନ୍ନ ସ୍ବାଦର ସଙ୍ଗୀତ ଗାଉଥିବା କୁନି କଣ୍ଠଶିଳ୍ପୀକୁ ଏବେ ମିଳିଛି ବଡ଼ ସୁଯୋଗ। ଏମ୍ ଏମ୍ ପ୍ରଡକସନ ପକ୍ଷରୁ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ତୁହି ତୁ ଗୀତରେ କଣ୍ଠଦାନ କରିଛନ୍ତି। ଜଣାଶୁଣା ଗୀତିକାର ଅରୁଣ ମନ୍ତ୍ରୀ ଗୀତ ଲେଖିଥିବା ବେଳେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସହିତ ଗୀତଟି ଗାଇଛନ୍ତି ଆଦ୍ୟାଶା।

ଆଦ୍ୟାଶାଙ୍କ ଏଭଳି ପ୍ରତିଭା ଦେଖି ନନ୍ଦିଘୋଷ ଟିଭି ପ୍ରଣାମ ଓଡ଼ିଶାରେ ତାଙ୍କୁ ଲୋକଲୋଚନକୁ ଆଣିଥିଲା। ସୁମଧୁର କଣ୍ଠଶିଳ୍ପୀଙ୍କ ସଙ୍ଗୀତ ମୁର୍ଚ୍ଛନାକୁ ନେଇ ଅନେକ ଦର୍ଶକ ବିମୋହିତ ହୋଇଥିଲେ। ଗୁରୁ ଅନୁରାଗ ପାତ୍ରଙ୍କଠାରୂ ଆଦ୍ୟାଶା ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିବା ବେଳେ ନିଜର କଠିନ ଅଭ୍ୟାସରେ ଏବେ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ସୁଯୋଗ ପାଇଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଆଦ୍ୟାଶା ଆଗକୁ ଆହୁରି ଭାଷାରେ ଗୀତ ଗାଇବା ସହ ସଂଗୀତ ଜଗତରେ ନିଜର ନାଁ କରନ୍ତୁ ବୋଲି ପରିବାର ଲୋକ ଆଶା ରଖିଛନ୍ତି।

Latest Posts

Don't Miss