ଆଠଗଡ ବ୍ଲକ ପରିସର ପାଲଟିଲା ରଣକ୍ଷେତ୍ର । ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ।

1 min read

ଆଠଗଡ : ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଉଭୟ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଢେଲା ପଥର ମାଡ଼ । ପୋଲିସର ଲାଠିଚାର୍ଜ । ବିଜେପି କର୍ମୀଙ୍କ ଦ୍ଵାରା ପୋଲିସ ଉପରକୁ ଢେଲା ପଥର ମାଡ଼ରେ ଅନେକ ପୋଲିସ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତିନି ପ୍ଲାଟୁନ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି ଓ ଆଠରୁ ଅଧିକ ଆଇଆଇସି ମୁତୟନ ଅଛନ୍ତି । ଘଟଣା ଘଟିଛି ଆଠଗଡରେ । ଆଠଗଡ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ସ୍ଥାନୀୟ ବିଧାୟକ ଯୋଗ ଦେବାର ଥିଲା । ବିଧାୟକ ଯୋଗ ଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେଇ ବ୍ଲକ ଆଗରେ ହୋହଲ୍ଲା କରିଥିଲେ । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଟେକାପଥର ମାଡ ହେବା ସହ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଲାଗୁ କରାଯାଇଛି ।