ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ଯାଇଥିଲା ବାପାଙ୍କ ଜୀବନ, ଆଜି ଚାଲିଗଲା ପୁଅର ପ୍ରାଣ

କଟକ: ବାପା ପରେ ପରେ ଚାଲିଗଲା ପୁଅର ଜୀବନ । ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବାପା । ଆଉ ତାଙ୍କ ମୃତ୍ୟୁର 25 ଦିନ ପରେ ଆଖି ବୁଜିଲା କୁନି ପୁଅ । କିଏ ଜାଣିଥିଲା ଗରମ ପେଜରେ ପଡି ପ୍ରାଣ ହରାଇବେ ଆଠଗଡ଼ ରାଜଗନଗରର ମୃତ ସୁକାନ୍ତଙ୍କ ପୁଅ । ଗତ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତଙ୍କ ପରେ ଏବେ ଚାଲିଯାଇଛି ତାଙ୍କ ପୁଅର ଜୀବନ ।

ମୃତ ସୁକାନ୍ତଙ୍କ ପୁଅ ଘରେ ଖେଳୁଥିବା ସମୟରେ ଗରମ ପେଜରେ ପଡ଼ି ଗୁରୁତର ହୋଇଥିଲେ  ।  ୨ ବର୍ଷର କୁନି ପୁଅ ସୁଜିତ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ପରିବାରରେ ଏତେବଡ଼ ଅଘଟଣ ପରେ ଗାଁରେ ଖେଳିଯାଇଛି ଶୋକର ଛାୟା ।