spot_img

Latest Posts

ଡେଟରେ ନେଇ ମାଡ଼ ମାରିଲା ସାଇକୋ, କହିଲା ଖର୍ଚ୍ଚ ହିସାବରେ ସୁନ୍ଦର ନୁହେଁ

ଆଟଲାଣ୍ଟା: ଡେଟିଂ ଆପ ଜରିଆରେ ମହିଳା ଜଣଙ୍କ ଜଣେ ବ୍ୟକ୍ତିଙ୍କ ସହ ଡେଟରେ ଗଲେ । ଡେଟ୍ ସରିବା ପରେ ଯେତେବେଳେ ମହିଳା ଜଣଙ୍କ ତାଙ୍କୁ ଘରେ ଛାଡ଼ିବା ପାଇଁ କହିଥିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଟଲାଣ୍ଟା ସହରରେ । ତେବେ ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ପୋଲିସ ତାଙ୍କୁ ଖୋଜିଖୋଜି କରୁଛି । ମହିଳା ଜଣଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ପିଟିବା ସମୟରେ କହିଥିଲା ଯେ, ‘ ଏହି ଡେଟରେ ଯେତିକି ଖର୍ଚ୍ଚ ହୋଇଛି, ତାର ଯୋଗ୍ୟ ନୁହଁ ତୁ ।’

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବୁଧବାର ଦିନ ବ୍ରିଟେନ କୋରେରୀ ନାମକ ଜଣେ ମହିଳା ହିଞ୍ଜ ଡେଟିଂ ଆପ୍ ଜରିଆରେ ବେନ ନାମକ ଜଣେ ବ୍ୟକ୍ତି ସହ ଡେଟରେ ଯାଇଥିଲେ । ରେଷ୍ଟୁରାଣ୍ଟରେ ଖିଆ ପିଆ ପରେ ମହିଳା ଜଣଙ୍କ ଯେତେବେଳେ ଘରକୁ ଯିବାକୁ କହିଲେ, ସେତେବେଳେ ବ୍ୟକ୍ତି ଜଣଙ୍କ କାର ଭିତରେ ମହିଳାଙ୍କୁ ମାଡ଼ ମାରିବାକୁ ଲାଗିଲେ, ଏମିତିକି ବନ୍ଧୁକ ଦେଖାଇ ତାଙ୍କୁ ଧମକ ମଧ୍ୟ ଦେଲେ ।

ଲାଉଞ୍ଜରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ସୁରକ୍ଷା ପାଇଁ ଆସିବାରୁ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲେ । ଏହାପରେ ବ୍ରିଟେନ ନିଜ ଫଟୋ ସହ ସଂପୂର୍ଣ୍ଣ କାହାଣୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହା ସହିତ ସେ ଅନଲାଇନ ଡେଟିଂ ଆପରେ ଥିବା ଲୋକମାନଙ୍କ ଠାରୁ ସାବଧାନ ରହିବା ପାଇଁ କହିଛନ୍ତି ।

Latest Posts

Don't Miss