ପାକିସ୍ତାନରେ ଶହେ ବର୍ଷ ପୁରୁଣା ମନ୍ଦିର ଉପରେ ଆକ୍ରମଣ, ହୋଲି ପାଳନ ବନ୍ଦ

Attack On A Hundred Year Old Temple In Rawalpindi Pakistan

ଇସଲାମାବାଦ: ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନରେ ବି ହିନ୍ଦୁ ମନ୍ଦିର ଉପରେ ଥମୁନି ଆକ୍ରମଣ । ପାକିସ୍ତାନର ରାୱଲପିଣ୍ଡି ସହରରେ ଥିବା ୧୦୦ ବର୍ଷରୁ ଅଧିକ ପୁରୁଣା ଏକ ମନ୍ଦିର ଉପରେ ଅଜଣା ଗୋଷ୍ଠୀ ଆକ୍ରମଣ କରିଛନ୍ତି । ଅଭିଯୋଗ ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ୧୦ରୁ ୧୫ ଜଣ ଲୋକ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି । ପୋଲିସରେ ଏନେଇ ଅଭିଯୋଗ ହୋଇଥିବା ବେଳେ ମନ୍ଦିରର ନବୀକରଣ ଚାଲିଥିବା ବେଳେ ଆକ୍ରମଣ କରାଯାଇଛି ।

ଆକ୍ରମଣକାରୀ ମନ୍ଦିରର ଉପର ମହଲାର ମୁଖ୍ୟ ଦ୍ୱାର ଓ ଅନ୍ୟ ଦ୍ୱାର ସହ ସିଡ଼ି ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ବିଗତ ମାସେ ହେଲା ମନ୍ଦିରର ନବୀକରଣ ଚାଲିଥିବା ବେଳେ ଆକ୍ରମଣ ହୋଇଛି । ମନ୍ଦିର ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହା ପୂର୍ବରୁ କିଛି ଲୋକ ମନ୍ଦିର ନିକଟ ରାସ୍ତାରେ ଦୋକାନ କରି ଦୀର୍ଘ ସମୟ ଧରି କବଜା କରି ରଖିଥିଲେ ।

ପରେ ଜିଲ୍ଲା ପ୍ରଶାସନ ପୋଲିସ ସହଯୋଗରେ ଜବରଦଖଲ ଉଚ୍ଛେଦ ହୋଇଥିଲା । ଜବରଦଖଲ ଉଚ୍ଛେଦ ପରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ସହ ସମ୍ପୃକ୍ତ ଲୋକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉଥିବା ପୋଲିସ କହିଛି । ତେବେ, ମନ୍ଦିରରେ ହୋଲି ଉତ୍ସବ ପାଳନ ହେବ ନାହିଁ ବୋଲି ଜଣାପଡ଼ିଛି ।

Leave a Reply