ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ନିର୍ମମ ହତ୍ୟା

ଝାରସୁଗୁଡ଼ା: ଦିନ ଦ୍ୱିପ୍ରହରରେ ହତ୍ୟା  । ଘରେ ପସି ଅଚାନକ ହାଣିଲେ  ।  ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ସୂଚନା ଅନୁସାରେ ଧୃବରାଜଙ୍କୁ ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରି ଫେରାର ପ୍ରଥମେ କେଉଁଆଡ଼େ ଫେରାର ହୋଇଯାଇଥିଲା  ।

ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ  ମୃତ୍ୟୁ ଘୋଷଣା କରିଥିଲେ  । ସେପଟେ ଏଭଳି ସମ୍ବେଦନଶୀଳ ଖବର ପାଇ ୃ ଲଇକେରା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଧୃବରାଜଙ୍କୁ ଜଣେ ଲୋକ ମଦ ପିଇବାକୁ ଏକ ଶହ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ। ଏବଂ ମଦ ନିଶାରେ ଧୃବରାଜଙ୍କ ଉପରେ ଆକ୍ରମଣ କରିଥିଲେ। ଟାଙ୍ଗିଆରେ ହାଣିବା ପରେ ଫେରାର ହୋଇଯାଇଥିବା ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ରହୁଥିଲେ ଧ୍ରୁବରାଜ ନାଏକ ।

Leave a Reply