୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳନ କରିବ ଭାରତ

1 min read

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ ଭାରତ ବିଭୀଷିକା ଦିବସ ଭାବେ ପାଳନ କରିବେ । ୧୯୪୭ ମସିହାରେ ଭାରତୀୟ ଉପମହାଦେଶର ବିଭାଜନ କାଳୀନ ଯନ୍ତ୍ରଣା ଓ ଲକ୍ଷାଧିକ ବିସ୍ତାପିତଙ୍କ ସଂଘର୍ଷକୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ଦେଶ କେବେ ମଧ୍ୟ ବିଭାଜନର ଯନ୍ତ୍ରଣାକୁ ଭୁଲି ପାରିବ ନାହିଁ । ଘୃଣା ଓ ହିଂସା ପାଇଁ ଆମର ଲକ୍ଷାଧିକ ଭାଇଭଉଣୀ ନିଜ ଜୀବନ ହରାଇଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ବିଭାଜନ କାଳରେ ବିସ୍ଥାପିତ ହୋଇଥିବା ଲକ୍ଷାଧିକ ଭାଇଭଉଣୀଙ୍କ ସଂଘର୍ଷ ଓ ବଳିଦାନକୁ ମନେ ପକାଇ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଦିନ ଭେଦଭାବର ବିଷକୁ ସମାପ୍ତ କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି । ’PartitionHorrorsRemembranceDayର ଏହି ଆମକୁ ଭେଦଭାବ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବାକୁ ନାକେବଳ ପ୍ରେରିତ କରିବ ଅଧିକନ୍ତୁ ଏହାଦ୍ୱାରା ଏକତା,ସାମାଜିକ ସଦଭାବନା ବି ମଜବୁତ ହେବ ।

ଭାରତୀୟ ଉପମହାଦେଶ ବିଭାଜନ
ଭାରତ ଅଗଷ୍ଟ ୧୫ ତାରିଖ ୧୯୪୭ରେ ସ୍ୱାଧିନତା ପାଇଥିଲା । କିନ୍ତୁ ଏହା ସହିତ ବିଭାଜନ ମଧ୍ୟ ଆସିଥିଲା । ଭାରତ ଓ ପାକିସ୍ତାନ ଦୁଇଟି ଦେଶରେ ପରିଣତ ହୋଇଥିଲେ । କିନ୍ତୁ ଏହି ବିଭାଜନ ଶାନ୍ତିପୂର୍ଣ୍ଣ ନଥିଲା । ଉଭୟ ପଟୁ ହୋଇଥିବା ହିଂସାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ । ପାକିସ୍ତାନରୁ ଫେରୁଥିବା ହିନ୍ଦୁ ଓ ଶିଖଙ୍କ ଉପରେ ଆକ୍ରମଣ ହୋଇଥିଲା । ସେହିଭଳି ଭାରତର କେତେକ ଅଂଚଳରେ ମଧ୍ୟ ହିଂସାକାଣ୍ଡ ହୋଇଥିଲା । ବିଭାଜନ କାଳରେ ହୋଇଥିବା ହିଂସାକାଣ୍ଡରେ ପ୍ରକୃତରେ କେତେ ଲୋକ ପ୍ରାଣ ହରାଇଥିଲେ ତା’ର କୌଣସି ସଠିକ ହିସାବ ନଥିଲେ ମଧ୍ୟ ଆନୁମାନିକ ଏଥିରେ ୧୦ରୁ ୨୦ ଲକ୍ଷ ପ୍ରାଣ ହରାଇଥିବା କୁହାଯାଏ ।

Leave a Reply