ମହିଳା ବିଶ୍ୱକପ୍: ଇଂଲଣ୍ଡକୁ ୭୧ ରନରେ ହରାଇ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ ପୁରୁଷ ଖେଳାଳି ନୁହଁନ୍ତି ଅଷ୍ଟ୍ରେଲିଆର ମହିଳା ଖେଳାଳି ବି କମନୁହଁନ୍ତି । ଏପର୍ଯ୍ୟନ୍ତ ସୁଧା ବିଶ୍ୱକପରେ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍ ମୋଟ ୫ଟି ମ୍ୟାଚ ଜିତିଥିବା ବେଳେ ମହିଳା ଜିତିଲେଣି ସମୁଦାୟ ୭ଟି । ଏବେ ପୁଣି ମହିଳା ଦଳ ବାଜିମାତ୍ କରିଛି । ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ମହିଳା ଅଷ୍ଟ୍ରେଲିଆ ଦଳ । ଦଳ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଛି ।

ଯଦିଓ ମ୍ୟାଚର ଆରମ୍ଭରୁ ଇଂଲଣ୍ଡ ଟସ୍ ଜିତିଥିଲା କିନ୍ତୁ ବାଜି ମାରିଛି ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଏବଂ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଥିଲା । ଆୟେଶା ହେଲୀଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାଏନସ ୬୮ ଓ ବେଥ୍ ମୁଲୀ ୬୨ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

କିନ୍ତୁ ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ଭେଦ କରିପାରିଲାନି ଇଂଲଣ୍ଡ । ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ । ସେ ଶତକ ପୂରଣ କରିଥିଲେ ।  ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରିନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲେ । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ । ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟିଓ୍ୱିକେଟ୍ ନେଇଥିଲେ ।