ଅଭିନେତା ଟାଇଗର ଶ୍ରଫ୍ ଏବଂ ଦିଶା ପାଟାନୀଙ୍କ ବିରୋଧରେ ମାମଲା

1 min read

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ୍ ଏବଂ ଅଭିନେତ୍ରୀ ଦିଶା ପାଟାନୀଙ୍କ ବିରୋଧରେ ମାମଲା । ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରିଛି । ଉଭୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ (ସରକାରୀ ଆଦେଶ ପାଳନ ନକରିବା) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଉଭୟ ସେଲିବ୍ରେଟ୍ ଏହି ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ରଖି ନାହାଁନ୍ତି।

କିନ୍ତୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଟାଇଗରଙ୍କ ମା ଆୟେଶା ଶ୍ରଫ । ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ଟାଇଗର-ଦିଶାଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପୁଅ ଏବଂ ଦିଶା କିଛି ଜରୁରୀ ଜିନିଷ ପାଇଁ ବାହାରକୁ ଯାଇଥିଲେ। ଯଦିଓ ସେ ଏହି ପୋଷ୍ଟଟିକୁ ଡିଲିଟ କରିଦେଇଛି। ଆୟେଶା ଲେଖିଛନ୍ତି ଯେ, “ଆପଣଙ୍କୁ ଭୁଲ ତଥ୍ୟ ମିଳିଛି । ସେମାନେ ଘରକୁ ଫେରୁଥିବା ବେଳେ ପୋଲିସ କର୍ମଚାରୀମାନେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲେ।”

ଆୟେଶା ଶ୍ରଫ ଆହୁରି ଲେଖିଛନ୍ତି, “ଏହି ଖରାପ ସମୟରେ ବାହାରେ ବୁଲିବାକୁ କେହି ଚାହାଁନ୍ତିନି । ଏସବୁ କହିବା ପୂର୍ବରୁ ସଠିକ୍ ତଥ୍ୟ ଜାଣିବା ନିହାତି ଆବଶ୍ୟକ। ଧନ୍ୟବାଦ।” ଏହାସହ ସେ ଲେଖିଛନନ୍ତି ଯେ, ତୁମର ସୂଚନା ପାଇଁ ମୁଁ ଜଣାଇ ଦେଉଛି ଯେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଇପାରିବେ । ଏଥି ସହିତ, ଜଣେ ୟୁଜର ତାଙ୍କୁ ପଚାରିଥିଲେ, “ସେମାନେ କେଉଁଠାରୁ ଆସୁଥିଲେ ??? ମ୍ୟାଡାମ୍ ଏହାସର ଉତ୍ତର ଦେଇ ଆୟେଶା ଲେଖିଛନ୍ତି ସେ ବାହାରେ ଥିଲେ, ଏହା ହିଁ ମୁଖ୍ୟକଥା । କଣ ହେଲା ସେମାନେ ଯଦି ସେଲିବ୍ରିଟି, ନିୟମ ତ ସମସ୍ତ ନାଗରିକଙ୍କ ପାଇଁ ସମାନ ନା ।” ଏହାସହ ସେ କହିଛନ୍ତି ଯେ, ଆମେମାନେ ଯେତେବେଳେ ଭଲ କାମ କରୁଥିଲୁ ଲକଡାଉନ ସମୟରେ ସମ୍ମୁଖ ଯୋଦ୍ଧା ପାଇଁ ମାଗଣା ଖାଦ୍ୟ ଦେଉଥିଲୁ ସେ ସମୟରେ ତ କେହି ପ୍ରଶଂସା କରି ନଥିଲେ କିନ୍ତୁ ଏଭଳି ପରିସ୍ଥିତିରେ ତାଙ୍କୁ କାହିଁ ଲଜ୍ଜିତ କରାଯାଉଛି ।

Leave a Reply