spot_img

Latest Posts

ମଧ୍ୟପ୍ରଦେଶରେ ଅଦ୍ଭୁତ ଶିଶୁର ଜନ୍ମ, ରହିଛି ୪ଟି ଗୋଡ଼

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି ।

ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ ସ୍‌ଥାନୀୟ କମଲ ରାଜା ହସ୍ପିଟାଲରେ ନବଜାତକକୁ ଜନ୍ମ ଦେଇଛନ୍ତିି । ଶିଶୁ ବିଭାଗର ଡାକ୍ତରଙ୍କ କହିବାନୁସାରେ ଉଭୟ ମା’ ଓ ଶିଶୁ ସୁସ୍ଥ ରହିଛନ୍ତି । ନବଜାତକର ଓଜନ ୨.୩ କେଜି ରହିଛି । ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ଜୟ ଆରୋଗ୍ୟ ହସ୍ପିଟାଲ ଗ୍ରୁପର ସୁପରିଟେଣ୍ଡେଣ୍ଟଙ୍କ ସମେତ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି।

ସୁପରିଟେଣ୍ଡେଣ୍ଟ ଡା. ଆରକେଏସ୍‌ ଧାକାଡ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଜନ୍ମ ବେଳ ଶିଶୁକନ୍ୟାର ୪ଟି ଗୋଡ଼ ରହିଥିଲା। ତେବେ ଏଭଳି ଘଟଣାକୁ ମେଡିକାଲ୍ ସାଇନ୍ସ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏହି ସମୟରେ ଭୃଣ ଶିଶୁର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି।
ତେବେ ଏହି ୨ ଅତିରିକ୍ତ ଗୋଡ଼ ଅଚଳ ରହିଥିବା ବେଳେ ଶରୀରରେ ଅନ୍ୟ କୗେଣସି ଅସୁବିଧା ଅଛିକି ନାହିଁ, ସେ ସମ୍ପର୍କରେ ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍ । ଯଦି ସବୁ କିଛି ଠିକ୍ ରୁହେ ତାହେଲେ ଅପରେସନ ଦ୍ୱାରା ଅତିରିକ୍ତ ଦୁଇଟି ଯାକ ଗୋଡ଼କୁ ବାହାର କରି ଦିଆଯିବ। ଯାହା ଫଳରେ ଶିଶୁଟି ଭବିଷ୍ୟତରେ ସ୍ୱାଭାବିକ ଭାବେ ଜୀବନଯାପନ କରିପାରିବ ବୋଲି କହିଛନ୍ତି ଡା. ଧାକାଡ ।

Latest Posts

Don't Miss