ବେଲରେ ଆସିବେ ନା ଜେଲରେ ରହିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଜାମିନ ଦିଆଯିବ କି ନାହିଁ ସେନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇପାରନ୍ତି । କୋର୍ଟ କହିଛନ୍ତି ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନିଆଯିବ ।

ଅନ୍ତରୀଣ ଜାମିନ ଦିଆଯିବା ସମ୍ଭାବନା ଉପରେ ବିଚାର କରାଯିବ,  ଏଥିପାଇଁ ଉଭୟ ପକ୍ଷ ପ୍ରସ୍ତୁତ ରୁହନ୍ତୁ ବୋଲି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ବତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଥିଲେ ।  କୋର୍ଟ କହିଥିଲେ ଏ କ୍ଷେତ୍ରରେ ଆମେ ଖୋଲା ଆଭିମୁଖ୍ଯ ଗ୍ରହଣ କରୁଛୁ । ପୂର୍ବରୁ ନିର୍ବାଚନ ସମୟରେ କେଜ୍ରିୱାଲକଙ୍କୁ କାହିଁକି ଗିରଫ କରାଗଲା ବୋଲି ଇଡିକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।