ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ

1 min read

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ୍ ଟ୍ରାଜେଡ଼ି । ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିବାବେଳେ ୪ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା । କମିଶନର ଅଫ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା । ଷ୍ଟେସନମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଛି ।

ଆଜି ଶେଷ ହୋଇଥିଲା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଶେଷ ପୂର୍ବରୁ ମେଣ୍ଢାଶାଳ ମେଡିକାଲରେ ଅଭିଯୁକ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା ସିବିଆଇ । ତେବେ ଅଧିକ ତଥ୍ୟ ଆଦାୟ ପାଇଁ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିଛି CBI । ପୂର୍ବରୁ 7 ଦିନିଆ ରିମାଣ୍ଡ ମାଗିଥିବା ବେଳେ, କୋର୍ଟ 5 ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଗତକାଲି ସିଗନାଲ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଥିଲା CBI ।