spot_img

Latest Posts

ବାହୁଡ଼ାରେ ଦଳାଚକଟା: ରାଜ୍ୟ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଗୁଣ୍ଡିଚା ପରେ ବାହୁଡ଼ା ଯାତ୍ରାରେ ପୁଣି ଘଟିଛି ଅଭାବନୀୟ ଘଟଣା। ପୁରୀ ବାହୁଡ଼ା ଯାତ୍ରା ସମୟରେ ଦଳାଚକଟା ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ରଥଯାତ୍ରାରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କାହିଁକି? ସରକାର ଏତେ ଖାମଖିଆଲି ଭାବେ କାମ କରୁଛନ୍ତି କାହିଁକି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ସରକାର ଗୁରୁତ୍ୱ ନ ଦେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।

ନବୀନଙ୍କ ପୋଷ୍ଟର ପ୍ରମୁଖ ବିନ୍ଦୁ:
. ଅତୀତର ଭୁଲରୁ ଶିଖିବାର ମନୋବୃତ୍ତି ଏହି ସରକାରଙ୍କର ନାହିଁ। ପ୍ରତିବର୍ଷ ଅଘଟଣ ଘଟୁଛି, ଲୋକଙ୍କ ଜୀବନ ଯାଉଛି ଏବଂ ରାଜ୍ୟ ବଦନାମ ହେଉଛି।
. ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ ଚାଲିଥିବା ଭଳି ଅନୁଭବ ହେଉଛି। ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି।
. ସୁନାବେଶରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଦେବନୀତି ଯେପରି ବିନା ବିଭ୍ରାଟରେ ଶେଷ ହେବ, ସେଥିପ୍ରତି ସରକାର ବିଶେଷ ଯତ୍ନବାନ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
. ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଯେପରି ଅକାଳରେ ପ୍ରାଣ ନ ହରାନ୍ତି, ସେଥିପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ଏହାସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Latest Posts

Don't Miss