ଇଂଲଣ୍ଡ ଗସ୍ତ ପୂର୍ବରୁ ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରି ବେଶ ପରିଚିତ ହୋଇଛନ୍ତି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବ୍ୟାଟିଂ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବାବେଳେ ଏବେ ଇଂଲଣ୍ଡ ଗସ୍ତରେ ଯିବେ ସୂର୍ଯ୍ୟବଂଶୀ । ୧୯ ବର୍ଷରୁ କମ ଭାରତୀୟ ଦଳ ପକ୍ଷରୁ ଇଂଲଣ୍ଡ ଗସ୍ତରେ ଯିବେ । ତେବେ ଏହା ପୂର୍ବରୁ ତାଙ୍କୁ ଚଳିତ ଆଇପିଏଲ ଏବଂ ତାଙ୍କର କଠିନ ପରିଶ୍ରମ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ କି, ଆସନ୍ତାବର୍ଷକୁ ମୁଁ ଏହାର ଦୁଇଗୁଣା ପରିଶ୍ରମ କରିବି । ଏବଂ ରାଜସ୍ଥାନ ରୟାଲ୍ସକୁ ଫାଇନାଲରେ ପହଞ୍ଚାଇବି ।

ସେପଟେ ଇଂଲଣ୍ଡ ଗସ୍ତକୁ ନେଇ କହିଛନ୍ତି କି, ଏହା ମୋର ପ୍ରଥମ ୟୁକେ ଗସ୍ତ । ସେଠାକାର ପରିବେଶରେ ଖେଳିବା ମୋ ପାଇଁ ଚ୍ୟାଲେଞ୍ଜିଂ ହେବ । ଆୟୂଷ ମାତ୍ରେଙ୍କ ଅଧିନାୟକତ୍ବରେ ଆମେ ଖେଳିବାକୁ ଯାଉଥିବାବେଳେ ସେଠାରେ ବିଜୟୀ ହୋଇ ଫେରିବା ଆମର ମୂଳ ଲକ୍ଷ୍ୟ ରହିବ । ଚଳିତ ଆଇପିଏଲ ସିଜିନରେ ମୁଁ ଯେଉଁସବୁ ଭୁଲ୍ ଗୁଡ଼ିକ କରିଛି ଆଗାମୀ ସିଜିନରେ ଏହାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବି । ଆଇପିଏଲରେ ଖେଳିବା ମୋର ସ୍ବପ୍ନଥିଲା । ଯାହା ପୂରଣ ହୋଇଛି । ମୋତେ ଫ୍ୟାନ୍ସଙ୍କ ଭଲ ପାଇବା ମଧ୍ୟ ମିଳିଛି । କହି ରଖୁଛୁ କି, ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ୩୫ ବଲରୁ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।