ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା

Baitarani And Jalaka River Water Level Above Danger Mark

ଭୁବନେଶ୍ୱର: ବର୍ଷା କମିବା ପରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ବ୍ରାହ୍ମଣୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ରାତି ୧୦ଟା ସୁଦ୍ଧା ଜେନାପୁରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଏଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ୧୮.୩୪ ମିଟର ଜଳ ପ୍ରବାହିତ ହେଉଛି । ମଥାନିରେ ବିପଦ ସଂକେତ ଉପରେ ରହିଛି ଜଳକାର ଜଳସ୍ତର । ବିପଦ ସଂକେତ ୫.୫୦ ମିଟର ଥିବାବେଳେ ୬.୪୧ ମିଟରରେ ପ୍ରବାହିତ ହେଉଛି ।

Baitarani And Jalaka River Water Level Above Danger Mark

ଏପଟେ କାଶୀନଗରରେ କମୁଛି ବଂଶଧାରାର ଜଳସ୍ତର । ସେପଟେ ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୪ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲା ଯାଇଛି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୧୦ ହଜାର ଘନଫୁଟ ଜଳ । ଏବେର ଜଳସ୍ତର ୬୨୭ ଫୁଟ୍ ଥିବାବେଳେ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ।

Baitarani And Jalaka River Water Level Above Danger Mark

ଅନ୍ୟପଟେ ଗଭୀର ଅବପାତ ପରେ ଆଜି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ଲଘୁଚାପ । ଏହା ଏବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଛତିଶଗଡ ଉପରେ ସକ୍ରିୟ ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା କମିଥିଲେ ମଧ୍ୟ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମହାନଦୀ ସମେତ କିଛି ଶାଖା ନଦୀରେ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ଥିବା କହିଛି ଆଇଏମଡି ।

Leave a Reply