କୂଳ ଲଂଘିଲା ବୈତରଣୀ, ପାଣି ଘେରରେ ୨୫ରୁ ଅଧିକ ଘର

Baitarani Flood Water Entered In Village

ଆରଡି: ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ଆସିଛି । ଏବେ ଉପରମୁଣ୍ଡରେ ବନ୍ଯାଜଳ ସାମନ୍ଯ ହ୍ରାସ ପାଇଥିଲେ ମଧ୍ଯ ତଳମୁଣ୍ଡରେ ଅର୍ଥାତ ଭଦ୍ରକ ଜିଲ୍ଲାର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ବନ୍ଯାଜଳ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ଯାଜଳ ଜନବସତି ଆଡ଼କୁ ମାଡ଼ିବାରେ ଲାଗିଛି ।

Baitarani Flood Water Entered In Village

ବୁଧବାର ସନ୍ଧ୍ୟାରେ ବୈତରଣୀ ନଦୀର ବନ୍ଯା ଜଳ ବୃଦ୍ଧି ପାଇ କୂଳ ଲଂଘି ଓଳଗ ପଞ୍ଚାୟତର ବୋଡ଼କ ତଳସାହିରେ ପ୍ରବେଶ କରିଛି । ଗାଁର ୨୫ରୁ ଉର୍ଦ୍ଧ୍ୱ ଘର ଏବେ ଜଳବନ୍ଦୀ ହୋଇ ରହିଛି । ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି । ଅନେକ ସ୍ଥାନରେ ନଳକୂପ ବୁଡ଼ି ଯାଇଥିବାରୁ ପିଇବା ପାଣିର ସମସ୍ଯା ଦେଖା ଦେଇଛି ।

Leave a Reply