ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ନନ୍ଦିଘୋଷ ବ୍ୟୁରୋ: ଅଶୁଖ ଶନିବାର । ପୁଣି ଆସିଲା ଦୁଃଖଦ ଖବର । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ସଂଧ୍ୟା ୬ଟା ୨୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗତ ୧୯ ତାରିଖରେ ଘଟିଥିଲା ଘଟଣା । ନୂଆ ଗୋପାଳପୁର ଗାଁର ପୀଡ଼ିତା । କିରାସିନ ପକାଇ ପୋଡି ହୋଇଯାଇଥିଲେ । ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଭୁବନେଶ୍ବର ଏମସକୁ ହୋଇଥିଲେ ସ୍ଥାନାନ୍ତର । ଶେଷରେ ଦିଲ୍ଲୀ ଏମସକୁ ହୋଇଥିଲେ ଏୟାରଲିଫ୍ଟ । ଘଟଣାର କ୍ରାଇମବ୍ରାଞ୍ଚ କରୁଥିଲା ତଦନ୍ତ ।