ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ଦୀର୍ଘ ୨ କିମି ମୃତଦେହ ବୋହି ସତ୍କାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଦୀର୍ଘ ୨ କିମି ମୃତଦେହ ବୋହି ସତ୍କାର କଲା ପୋଲିସ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଡ଼ଧନାଡ଼ି ଗାଁର ତପନ କୁମାର ଜେନାଙ୍କ ଝିଅ କବିତା ନଳବାହାର ଅଞ୍ଚଳର ରବି ମହାଳିକଙ୍କ ପୁଅ ଶନିଆଙ୍କୁ ବିବାହ କରିଥିଲେ ।ବାହାଘର ପରେ ଶନିଆ କବିତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଗତ ରକ୍ଷା ବନ୍ଧନ ଦିନ କବିତା ବାପ ଘରକୁ ଆସି ସମସ୍ତ ଘଟଣା କହିବା ସହ ଖୁବଶୀଘ୍ର ଜ୍ବାଇଁଙ୍କ ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ଗତ ମଙ୍ଗଳବାର ଦିନ କବିତାଙ୍କୁ ଜ୍ବର ହୋଇଥିବା ଶ୍ବଶୁର ଘର ଲୋକେ ବାପଘର ଲୋକଙ୍କୁ ଖବର ଦେଇଥିଲେ । ହେଲେ ବସ୍ତା ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ବାପଘର ଲୋକ । ଝିଅକୁ ଫାଶି ଦେଇ ମାରିଦେଇଥିବା ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସ୍ବାମୀ ଶନିଆଙ୍କୁ ଗିରଫ କରିଥିବା ବେଳେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରି ବାପଘର ଲୋକଙ୍କୁ ହସ୍ତାନ୍ତର କରିବାକୁ ଚାହିଁଥିଲେ । ହେଲେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହ ନବାକୁ ମନା କରିଦେଇଥିଲେ ବାପଘର ଲୋକେ । ଫଳରେ ପୁଲିସ ମୃତଦେହକୁ ଦୀର୍ଘ ଦୁଇ କିମି କାନ୍ଧେଇ ଶବ ସତ୍କାର କରିଛି ।…