ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

Balasore Police Arrested 8 Accused On trawler Owner Murder Case

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ନାଉପାଳଗଡ଼ି ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିମାରି ହତ୍ୟା ଘଟଣା । ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସହିତ ୨ ରାଉଣ୍ଡ ଗୁଳି, ତେଲେଙ୍ଗା କଟୁରି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବାରେ ସଫଳ ହେବ ବୋଲି ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି ।

Balasore Police Arrested 8 Accused On trawler Owner Murder Case

ପୋଲିସ ସୂଚନା ଅନୁସାରେ, ସଦର ଥାନା ଅଧୀନ କେଶରପୁର ଗାଁରେ ବିଦ୍ୟୁତ ସଂଯୋଗକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଗତ ସୋମବାର ଅପରାହ୍ଣ ୪ଟା ସମୟରେ ୧୦ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଜୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ଲାଗି ବିଜୟ ଟ୍ରଲର ଭିତରକୁ ଦୌଡ଼ି ଯାଉଥିବା ବେଳେ, ତାଙ୍କୁ ପଛରୁ ଗୁଳି କରିଥିଲେ ଦୁର୍ବୃତ୍ତ ।

Balasore Police Arrested 8 Accused On trawler Owner Murder Case

ପରେ କବାଟ ଭାଙ୍ଗି ଡ଼୍ରାଇଭର ରୁମ୍‌ ଭିତରେ ୭ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଏହା ପରେ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ୬ ଜଣ ଏକ କାଠ ଡ଼ୁଙ୍ଗିରେ ନଦୀ ପାର୍ ହୋଇ ଫେରାର୍‌ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣ ବାଇକ୍ ଯୋଗେ ଖସି ପଳାଇଥିଲେ ।

Leave a Reply