ଅଦିନିଆ ବର୍ଷାରେ ବେହାଲ ଚାଷୀକୂଳ

ବାଲେଶ୍ବର: ବର୍ଷା ଧୋଇନେଲା ଚାଷୀର ଖୁସି। ଲଘୁଚାପ ଜନିତ ୩ ଦିନ ଧରି ଲଗାଣ ବର୍ଷାରେ ଚାଷୀ କୂଳ ହତାଶ। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ମାଟିଗଡା ଓ ପ୍ରତାପପୁର ଗାଁରେ ୧୩ରୁ ଅଧିକ ଚାଷୀ ଚିନ୍ତାରେ। ଋଣ ଆଣି କରିଥିଲେ ଚାଷ। ସରକାରୀ ସହାୟତା ଲୋଡିଛନ୍ତି ଚାଷୀ।

ବର୍ଷା ଧୋଇନେଲା ଚାଷୀର ଖୁସି । ଅଦିନିଆ ବର୍ଷାରେ ବେହାଲ ଚାଷୀକୂଳ । ୩ ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବ୍ଯାପକ ଫସଲ କ୍ଷୟକ୍ଷତି। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ମାଟିଗଡା ଓ ପ୍ରତାପପୁର ଗାଁର ୧୩ରୁ ଅଧିକ ଚାଷୀ ଚିନ୍ତାରେ। ଲଗାଣ ବର୍ଷାରେ ଉଜୁଡିଯାଇଛି କଲରା ,ଜହ୍ନି ,ମକା, କ୍ଯାପସିକମ, ପୋଟଳ ,ମକା ଓ ଟମାଟ ଭଳି ପନିପରିବା। ଋଣ ଆଣି କରିଥିଲେ ଚାଷ। ଏବେ ପରିବାର କିପରି ପ୍ରତିପୋଷଣ କରିବେ ଏବଂ ଋଣ କିପରି ସୁଝିବେ ସେ ନେଇ ଚିନ୍ତାରେ ଚାଷୀକୂଳ।

ଗାଁରେ ଚାଷୀମାନେ ପ୍ରତିବର୍ଷ ପରି କ୍ଷେତରେ ବିଭିନ୍ନ ପନିପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଏବେ ଅଦିନିଆ ବର୍ଷାରେ ଫସଲ ଉଜୁଡିଯାଇଛି । ଲଗାଣ ବର୍ଷା ଯୋଗୁଁ କ୍ଷେତରେ ପାଣି ଜମି ରହିଥିବାରୁ ପନିପରିବା ପଚି ନଷ୍ଟ ହେବାକୁ ଲାଗିଛି । ପନିପରିବା ମଧ୍ଯ ବଜାରରେ ବିକ୍ରି ହେଇପାରୁନାହିଁ ।