spot_img

Latest Posts

ବାଲିଯାତ୍ରାରେ ହୋଇଥିଲା ବ୍ୟାପକ ଅବ୍ୟବସ୍ଥା, ତଳିତଳାନ୍ତ ହେଲା ଓଡ଼ିଆ ଅସ୍ମିତା

ନନ୍ଦିଘୋଷ ବ୍ୟୁରୋ: ଓଡିଆ ଅସ୍ମିତାକୁ ସରକାରକୁ ଆସିଥିଲେ ଡବଲ ଇଞ୍ଜିନ ସରକାରରେ ବାରମ୍ବାର ଓଡିଆ ଅସ୍ମିତାକୁ ତଳିତଳାନ୍ତ କରାଯାଉଛି । ଆଜି ଖୋଦ ବିଜେପି ବିଧାୟକ ଓ ବିଜେପି ନେତା ତଥା ସ୍ବାଧୀନ ବିଧାୟକମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବାଲିଯାତ୍ରାରେ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ଆଧୁନିକ ନାଚ, ଷ୍ଟଲ ନିଲାମ ଭଳି ଅଭିଯୋଗ ସାଙ୍ଗକୁ କଣ୍ଟିଲୋ ନିଳମାଧବ ପୀଠରେ ମାଘ ମେଳା ଆୟୋଜନରେ ଅବ୍ୟବସ୍ଥାକୁ ନେଇ ଏକ ସ୍ବରରେ ବର୍ଷିଛନ୍ତି ବିରୋଧୀ ଓ ଶାସକ ଦଳର ନେତା ଓ ବିଧାୟକ । ସେପଟେ ବିଜେଡି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି ଉଠାଇଲା ବିଜେଡି ।

ବାଲିଯାତ୍ରାରେ ହୋଇଥିଲା ବ୍ୟାପକ ଅବ୍ୟବସ୍ଥା। ଗଣକବିଙ୍କ ମଞ୍ଚରେ ମଞ୍ଚସ୍ଥ ହେଲା ରେକର୍ଡ ଡ୍ୟାନ୍ସ। ଯାତ୍ରାକୁ ଜାତୀୟ ମାନ୍ୟତା କହା କହି ନିଲାମ ଜରିଆରେ ବିକ୍ରି ହେଉଥିଲା ଷ୍ଟଲ। ଏଥର ବାଲିଯାତ୍ରାକୁ ନେଇ ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ତଥା ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ବିଜେପି ଶିବିରକୁ ଆପଣେଇଥିବା ମାହାଙ୍ଗାର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ଗତ ବର୍ଷ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ନେଇ ବିଧାନସଭା ପ୍ରଶ୍ନକାଳରେ ବର୍ଷିଥିଲେ । ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ରେକର୍ଡ ଡ୍ୟାନ୍ସ ହୋଇଥିବାରୁ ସେ ଆପତ୍ତି ଉଠାଇ କହିଥିଲେ ଯେ, ଏହା ଓଡ଼ିଆ ଅସ୍ମିତା ପ୍ରତିଶୃତି ପ୍ରତି ଅପମାନ । ଏପରିକି କଟକ ଜିଲ୍ଲାର ବିଧାୟକ ହୋଇଥିବା ସତ୍ୱେ ତାଙ୍କୁ ଉପେକ୍ଷିତ କରାଯାଇ ବାଲିଯାତ୍ରାକୁ ନିମନ୍ତ୍ରଣ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଥିଲେ । ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦେଶ ମଧ୍ୟ ନିଲାମ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଥିଲେ । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ ଆଲୋଚନା ଚାଲିଥିବା ବେଳେ ଷ୍ଟଲ ନିଲାମ କରି ଏହି ବିଶ୍ବସ୍ତରୀୟ ମହୋତ୍ସବକୁ ନିନ୍ଦିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସୋଫିଆ ।

ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ୱତନ୍ତ୍ର ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ । ଜବାବରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ୟୁନେକ୍ସୋର କାମ । ଏଥିପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କିନ୍ତୁ ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ । ସେପଟେ କଣ୍ଟିଲୋ ନୀଳମାଧବ ପୀଠରେ ମାଘମେଳା ଆୟୋଜନରେ ଜିଲ୍ଲା ପ୍ରଶାସନର ଅବହେଳା ନେଇ ବର୍ଷିଛନ୍ତି ବିଜେପିର ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ନାୟକ ।

Latest Posts

Don't Miss