ଖୋଲିଲା ବାଲିମେଳା ଜଳଭଣ୍ଡାର

1 min read

ଖୋଲିଲା ଚିତ୍ରକୋଣ୍ଡା ବାଲିମେଳା ଜଳ ଭଣ୍ଡାର । ବର୍ଷାଜଳ ପିପଦ ସଂକେତ ଟପିବାରୁ  ଗେଟ୍‌କୁ ଖୋଲି ଦିଆାଯାଇଛି । ଡ୍ୟାମ୍‌ରେ ଜଳସ୍ଥର ୧୫୧୬ ଫୁଟରୁ ଅଧିକ ରହିଥିଲା  । ତେବେ ଡ୍ୟାମଟି ସଙ୍କଟାପନ୍ନ ଥିବାରୁ ପ୍ରଶାସନ ଜଳ ଭଣ୍ଡାରରୁ ପାଣି ନିଷ୍କାସନ ପାଇଁ ନିଷ୍ପତି ନିଆଯାଇଛି । ବର୍ତ୍ତମାନ ୨ଟି ଗେଟ୍‌ ଖୋଲାଯାଇ ପାଣି ନିଷ୍କାସନ କରାଯାଉଛି  । ୪ ଓ ୫ ନମ୍ବର ଗେଟ୍‌  ଖୋଲାଯାଇଛି  ସେକେଣ୍ଡକୁ ୮୦୦୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଥିବା ପ୍ରଶାସନ ଜଣାଇଛନ୍ତି । ବଙ୍ଗୋପସାଗରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ଜଳର ପତନ ଅଧିକରୁ ଅଧିକ ଵୃଦ୍ଧି ହୋଇଥିଲା । ତେଣୁ ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇଥିବା ବୋଲି ପ୍ରଶାସନ ତରଫରୁ ଜଣାଇଦିଆଯାଇଛି । ')}

Leave a Reply