ଚୋରି କରୁଥିଲା, ନିର୍ଦ୍ଧୁମ ଛେଚା ଖାଇଲା ଚୋର

ନନ୍ଦିଘୋଷ ବ୍ୟୁରୋ: ବିଚ୍ ରାସ୍ତାରେ ଚୋରକୁ ନିର୍ଧୁମ ଛେଚା । ଡେଲିଭରି ବଏଙ୍କ ପାର୍ସଲ ଚୋରି କରି ମାଡ଼ ଖାଇଲା ଦୁର୍ବୃତ୍ତ । ଅଠାନ୍ତର ଗାଁର ଦୀପକ କାଠୁଆଙ୍କର ଅନଲାଇନରେ ଏକ ପାର୍ସଲ ଆସିଥିଲା  । ଡେଲିଭରି ବଏ ଦୀପକଙ୍କୁ ଯୋଗାଯୋଗ କରି ସରିପୁର ଛକରେ ଥିବା ଏକ ଦୋକାନ ଆଗରେ ବାଇକ୍ ରଖି ଦୋକାନ ଭିତରକୁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ଜଣକ ବାଇକ୍ ନିକଟକୁ ଆସି ଏକ ପାରସଲ ଚୋରି କରି ନେଇ ଫେରାର୍ ହୋଇଥିଲା । ତେବେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳକୁ ପୁଣିଥରେ ଆସିଥିଲା । ସେଠାରେ ଉପସ୍ଥିତ ଯୁବକ ଏବଂ ଡେଲିଭରି ବଏ ଚୋରକୁ ଚିହ୍ନି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଚୋରକୁ କାବୁ କରି ନିର୍ଧୁମ ଛେଚିଥିଲେ । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଁଞ୍ଚି ଦୁବୃର୍ତ୍ତକୁ ଥାନାରେ ଅଟକ ରଖିଛି ।