‘ବନାନା ବୟ’ ଉପରେ ବନିବ ଫିଲ୍ମ, ଯିଏକି ଦେଶ ପାଇଁ ନାସାକୁ କହିଥିଲେ ନା

ଭାଗଲପୁର: ବନାନା ବୟ ଭାବେ ଖୁବ୍ ଲୋକପ୍ରିୟ ଯୁବ ବୈଜ୍ଞାନିକ ଗୋପାଳ ଜି। ମାତ୍ର ୧୩ ବର୍ଷ ବୟସରେ କଦଳୀ ଗଛରୁ ବିଦ୍ୟୁତ ଉତ୍ପାଦନ କରି ସାରା ଦେଶକୁ ଚମକାଇ ଦେଇଥିଲେ । ଆଉ ଏବେ କଦଳୀ ଗଛରୁ ପ୍ଲେଟ୍ ଥାଳି ତିଆରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ମଧ୍ୟ କାମ କରୁଛନ୍ତି । ଗୋପାଳ ଏବେ ଏବୋନ ପେଫକୋ ନାମକ କମ୍ପାନୀରେ ସାଇଣ୍ଟିଷ୍ଟ ଭାବେ କାମ କରୁଛନ୍ତି । ସେ ଏପର୍ଯ୍ୟନ୍ତ ଅନେକ ଆବିଷ୍କାର କରିସାରିଛନ୍ତି । ଏମିତିକି ତାଙ୍କ କାମକୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରପ ମଧ୍ୟ ପ୍ରଶଂସା କରିଥିଲେ ।

ତାଙ୍କ ଆବିଷ୍କାର କେବଳ ଦେଶକୁ ଚମକାଇ ନଥିଲା, ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମକୁ ପ୍ରଶଂସା କରିଥିଲେ । ଯାହାପରେ ତାଙ୍କୁ ୨୦୧୭ ମସିହାରେ ଅହମ୍ମଦାବାଦ ସ୍ଥିତ ଇନୋଭେଟିବ ଫାଉଣ୍ଡେସନକୁ ପଠାଯାଇଥିଲା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଗୋପାଳଙ୍କୁ ୪୦ ଯୁବ ଆଇକନ୍ ଲିଷ୍ଟରେ ସାମିଲ କରାଯାଇଥିଲା।

ଗୋପାଳଙ୍କ ଭିତରେ ଦେଶ ପାଇଁ କିଛି କରିବାର ଯୋଶ ଭରିରହିଛି । ଖାସ୍ ସେଥିପାଇଁ ନାସାର ଅଫରକୁ ସେ ମନା କରିଦେଇଥିଲେ । ଯେଉଁ ନାସା ଅଧିନରେ କାମ କରିବା ସବୁ ବୈଜ୍ଞାନିକଙ୍କ ସ୍ୱପ୍ନ ହୋଇଥାଏ।

ତେବେ ଗୋପାଳଙ୍କ ଏହି ରାସ୍ତା ଜମାବି ସହଜ ନଥିଲା । ପିତା ପେଶାରେ କୃଷକ ଥିବା ବେଳେ ଖପର ଘରେ ପୂରା ପରିବାର ରହୁଥିଲେ । ପିଲାଦିନରୁ କିଛି କରିବା ପାଇଁ ସେ ସ୍ୱପ୍ନ ଦେଖିଥିଲେ, ଯେଉଁଥିପାଇଁ ତାଙ୍କ ଉପରେ ବାୟୋପିକ ତିଆରି ହେବ । ବଲିଉଡ ଫିଲ୍ମର ନାଁ ରହିଛି ବନାନା ବୟ । ବଲିଉଡରେ ଆପଣ ଅନେକ ବାୟୋପିକ୍ ଫିଲ୍ମ ଦେଖିଥିବେ କିନ୍ତୁ ଏହି ଫିଲ୍ମ ଟିକେ ନିଆରା ହେବ ବୋଲି ଚର୍ଚ୍ଚା ହେଉଛି ।

ଗୋପାଳଙ୍କ ସଫଳତାରେ ଖୁବ୍ ଖୁସି ପ୍ରକାଶ କରିଛନ୍ତି ତାଙ୍କ ପରିବାର। ଗୋପାଳଙ୍କ ପରିବାର ଭାଗଲପୁର ନବଗଚ୍ଛିଆର ବାସିନ୍ଦା ।