spot_img

Latest Posts

ଆସନ୍ତା ବର୍ଷ ଫେବ୍ରୁଆରୀ ୧୨ ତାରିଖରେ ହେବ ବାଂଲାଦେଶ ନିର୍ବାଚନ

ଆସନ୍ତା ବର୍ଷ ଫେବ୍ରୁଆରୀ ୧୨ ତାରିଖରେ ହେବ ବାଂଲାଦେଶ ନିର୍ବାଚନ । ତ୍ରୟୋଦଶ ଜାତୀୟ ସଂସଦ ପାଇଁ ଫେବ୍ରୁଆରି ୧୨ ତାରିଖରେ ହେବ ନିର୍ବାଚନ। ମୁଖ୍ୟ ନିର୍ବାଚନ କମିଶନର୍ ଏହି ଘୋଷଣା କରିଛନ୍ତି। ଦେଶରେ ମୁକ୍ତ ଓ ଗଣତାନ୍ତ୍ରିକ ଭୋଟିଂ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଶ୍ଵକୁ ବାଂଲାଦେଶ ଦେଖାଇବ ଯେ, ବାଂଲାଦେଶ ଗଣତନ୍ତ୍ରରେ ବିଶ୍ଵାସ କରେ। ଫେକ୍ ନ୍ୟୁଜ୍ ଓ ଗୁଜବ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ସେ ଆହ୍ଵାନ ଦେଇଛନ୍ତି। ଏହା ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ୩୦୦ ଆସନ ବିଶିଷ୍ଟ ସଂସଦ ପାଇଁ ଫେବ୍ରୁଆରି ୧୨ ତାରିଖରେ ନିର୍ବାଚନ ହେବ। ଡିସେମ୍ଵର ୨୯ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ଜାନୁଆରି ୪ ତାରିଖ ଯାଏ ଯାଞ୍ଚ କରାଯିବ ନାମାଙ୍କନ ପତ୍ର। ଜାନୁଆରି ୨୦ ଭିତରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ତା ପରେ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଫେବ୍ରୁଆରି ୧୨ ତାରିଖରେ ହେବ ନିର୍ବାଚନ। ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଗତ ବର୍ଷ ଶେଖ ହସିନା ସରକାରର ପତନ ପରେ ଏହି ନିର୍ବାଚନ ହେଉଛି। ଅରାଜକତା ହେବା ପରେ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ହସିନା ସରକାରର ପତନ ହୋଇଥିଲା। ତା ପରେ ମଧ୍ୟ ବହୁ ଦିନ ଯାଏ ଚାଲିଥିଲା ହିଂସାକାଣ୍ଡ, ହତ୍ୟା ଓ ଅରାଜକତା। ଦେଶର ଭବିଷ୍ୟତ କଣ ହେବ, ଗଣତନ୍ତ୍ର ଫେରିବ କି ନାହିଁ, କେବେ ନିର୍ବାଚନ ହେବ, ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ତ, ସେ ନେଇ ସନ୍ଦେହ ହୋଇଥିଲା॥ ଏବେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସେସବୁ ଚର୍ଚ୍ଚାର ଅବସାନ ହୋଇଛି।

Latest Posts

Don't Miss